ଅଗ୍ନିକାଣ୍ଡ ଘଟି ସ୍ୱାମୀ ଆହତ ଓ ସ୍ତ୍ରୀ ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି କଲେଜ ଛକ ନିକଟରେ ଥିବା ଏକ ଦୋକାନ ଘରେ ସୋମବାର  ମଧ୍ୟାହ୍ନ ରେ ଅଗ୍ନିକାଣ୍ଡ ଘଟି ସ୍ୱାମୀ ଆହତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ ଭୀଷ୍ମଗିରି ଗ୍ରାମ କଲେଜ ଛକ ନିକଟରେ ସିମାଞ୍ଚଳ ଗୌଡ଼ ଏକ ରାସନ ଦୋକାନ କରି ପରିବାର ପାରିପୋଷଣ କରୁଥିଲେ।  ଦୋକାନରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ବ୍ୟବସାୟ ଚଳାଉଥିଲେ। ଉକ୍ତ ରାସନ ଦୋକାନରେ ପେଟ୍ରୋଲ ଓ ଡିଜେଲ  ମଧ୍ୟ ବିକ୍ରି କରୁଥିଲେ। ଅସାବଧାନତା କାରଣରୁ ବ୍ୟାରଲ ରୁ ପେଟ୍ରୋଲ ଢ଼ାଳିବା ସମୟରେ ତଳେ ପଡିଯାଇଥିଲା। ଦୋକାନରେ ପୂଜା ପାଇଁ ଲାଗିଥିବା ଦୀପ  ନିଆଁ ସଂସ୍ପର୍ଶରେ ଆସି ଦୋକାନରେ ନିଆଁ ଲାଗିଯାଇଥିଲା। ଏଥିରେ ସ୍ତ୍ରୀ ପ୍ରତିମା ଗୌଡ଼ ଙ୍କ ଦେହରେ ନିଆଁ ଲାଗି ତାଙ୍କ ଶରୀର ର ପ୍ରାୟ ୪୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ସ୍ୱାମୀ ସିମାଞ୍ଚଳ ସାମାନ୍ୟ ପୋଡ଼ି ଆହାତ ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ସାନଖେମୁଣ୍ଡି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।  ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ