ରାଧା ପ୍ରେମ ଲୀଳା କଳାକୁ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ ପୁନଃରୁଦ୍ଧାର କରିବା ନିମନ୍ତେ ପୁଟବଗଡ଼ ଗ୍ରାମରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବନେଶ୍ୱର ଦ୍ୱାରା ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୁଟବଗଡ଼ ଗ୍ରାମରେ ଗଞ୍ଜାମ ଜିଲ୍ଲାର ଲୁପ୍ତ ପ୍ରାୟ ରାଧା ପ୍ରେମ ଲୀଳା କଳା କୁ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ ପୁନଃରୁଦ୍ଧାର କରିବା ନିମନ୍ତେ ଏକ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀର ଉପ ସଭାପତି ମନ୍ମଥ କୁମାର ଶତପଥି, ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ସଂଗୀତ ନାଟକ ଏକାଡେମୀର ସଦସ୍ୟ ଅନିଲ ପାତ୍ର, ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି. ସୁଦାମ, ଅମରେଶ ସାହୁ, ଗଗନ କୁମାର ନାହାକ, ନରେନ୍ଦ୍ରପୁର ଲୋକନୃତ୍ୟ ସଂପାଦକ ରାଜେନ୍ଦ୍ର ପ୍ରସାଦ ପାତ୍ର,ନୃତ୍ୟ ନିର୍ଦେଶକ ରାମେଶ୍ୱର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏଭଳି ଲୋକ କଳା କୁ ପୁନଃ ରୁଦ୍ଧାର କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ଆୟୋଜକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁନ୍ଦରପୁର ଗ୍ରାମର ଗୁରୁ ଯୁଧିଷ୍ଠିର ନାହାକ ଙ୍କ ନିର୍ଦ୍ଧେଶନାରେ ପୁଟବଗଡ଼ ଗ୍ରାମର କୁନି କୁନି କଳାକାର ମାନଙ୍କ ଦ୍ୱାରା ରାଧା ପ୍ରେମ ଲୀଳା ନୃତ୍ୟ ପରିବେଶଣ କରାଯାଇଥିଲା l ଏହି ନୃତ୍ୟ କୁ ଗୁରୁ ବନଜ କୁମାର ସାହୁ ସଂଗୀତ ନିର୍ଦ୍ଧେଶନା ଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ପୁଟବଗଡ଼ ଗ୍ରାମର ବି. ନାଗେଶ୍ୱର ରାଓ ପରିଚାଳନା କରିଥିବା ବେଳେ ଏମ. ନିରଞ୍ଜନ, ଏ. ବାବି, ଅକ୍ଷୟ ପ୍ରଧାନ ଏବଂ ରିଙ୍କୁ ବିଶ୍ୱାଳ ଙ୍କ ସମେତ ବହୁ ଗ୍ରାମ ବାସି ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ