କୁଡୁମିଙ୍କୁ ପୁନର୍ବାର ଆଦିବାସୀ ତାଲିକାଭୁକ୍ତ ନେଇ ଅଁଳାଯୋଡ଼ିରେ ରେଳଛେଙ୍କା ଅଭିଯାନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):କୁଡୁମି ସଂପ୍ରଦାୟର ଲୋକେ ବିଶେଷତଃ ଓଡ଼ିଶା, ଝାଡ଼ଖଣ୍ଡ, ବିହାର,ପଶ୍ଚିମବଙ୍ଗ,ଛତିଶଗଡ଼, ଆସାମ ଅଂଚଳରୃ ୨କୋଟିରୁ ଉର୍ଦ୍ଧ୍ବ ଲୋକବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଓଡ଼ିଶାରେ ୪୦ ଲକ୍ଷ, ପଶ୍ଚିମବଙ୍ଗ ରେ ୩୦ ଲକ୍ଷ, ଝାଡ଼ଖଣ୍ଡର ଆଜ୍ଯରେ ୮୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଛନ୍ତି । ସେମାନଙ୍କୁ କେନ୍ଦ୍ର ସରକାର ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ତାଲିକାଭୁକ୍ତ ମାନ୍ୟତା ଦେଇଥିଲେ ।ପରେ କିଛି ଚକ୍ରାନ୍ତକାରୀଙ୍କ ଯୋଗୁଁ ସେମାନଙ୍କୁ ଆଦିବାସୀ ତାଲିକାଭୁକ୍ତ ମାନ୍ୟତାରୁ ବାଦ କରାଯାଇଥିଲା ।କୁଡୁମି ସଂପ୍ରଦାୟର ଲୋକେ ସେମାନଙ୍କର ସ୍ବତନ୍ତ୍ର କୁଡୁମାଲି ଭାଷା, ସଂସ୍କୃତି,ପରଂପରା ଅଛି ।ସାଂପ୍ରତିକ ପରିସ୍ଥିତିରେ କୁଡୁମି ସଂପ୍ରଦାୟର ଲୋକଙ୍କର ଆର୍ଥିକ ଅବସ୍ଥା ସଂକଟାପନ୍ନ । ସେମାନଙ୍କ ଆର୍ଥିକ, ଶିକ୍ଷା, ସାମାଜିକ,ଭାଷା ଆଜି ବିପନ୍ନ । ଶତକଡା ଅଶୀ ଭାଗ ଲୋକ ଗରିବୀ ତାଲିକାଭୁକ୍ତ ।ତେଣୁ ବାଧ୍ଯ ହୋଇ କୁଡୁମି ସମାଜର ଲୋକେ ପୁନଃ ଆଦିବାସୀ ତାଲିକାଭୁକ୍ତ ହେବାପାଇଁ ଦିର୍ଘ ୧୦/୧୨ ବର୍ଷ ହେଲା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ,ଧର୍ମଘଟ କରି ଆସୁଛନ୍ତି ।ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିବା ପରିବର୍ତ୍ତେ ଲଲିପପ୍ ଦେଉଛନ୍ତି । ସେମାନେ ଆଜି ସବୁଦିଗରୁ ବଂଚିତ । ତେଣୁ ଏହାକୁ ନେଇ କୁଡୁମି ସମାଜର ଲୋକେ ଆଜି ରେଳଛେଙ୍କା ଅଭିଯାନ କରିଛନ୍ତି । ବିଭିନ୍ନ ରାଜ୍ୟରେ ମଧ୍ୟ ରେଳଛେଙ୍କା ଅଭିଯାନ କରିଛନ୍ତି । ରାଇରଙ୍ଗପୁର ସନ୍ନିକଟ ଟାଟା-ବାଦାମପାହାଡ ରେଳପଥର ଅଁଳାଯୋଡି ରେଳ ଷ୍ଟେସନରେ ମଙ୍ଗଳବାର ଭୋର ୫ଟାରୁ ରେଳରୋକ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ କରିଛନ୍ତି।ହଜାର ହଜାର କୁଡୁମି ସମାଜର ଯୁବ, ଛାତ୍ର,କୃଷକ,ମହିଳା, ସମସ୍ତେ ରେଳଷ୍ଟେସନରେ ରେଳରୋକରେ ସାମିଲ ହୋଇଛନ୍ତି । ପୋଲିସ ଏବଂ ରେଳବାଇ ତରଫରୁ ଆଇନ ଶୃଙ୍ଖଳା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।କାର୍ଯ୍ଯକ୍ରମର ନେତୃତ୍ୱ ନେଇଥିଲେ ଶଶୀଧର ମହାନ୍ତ, ବୀରେନ୍ଦ୍ର ମହାନ୍ତ,କିରଣ ମହାନ୍ତ,ମନୋଜ ମହାନ୍ତ, ଯୋଗେଶ୍ୱର ମହାନ୍ତ,ବୀନତି ମହାନ୍ତ,ଭବାନୀ ଶଙ୍କର ମହାନ୍ତ,କାଳଜୟୀ ମହାନ୍ତ,ଲାଲମୋହନ ମହାନ୍ତ,ସେବତୀ ମହାନ୍ତ,ନବୀନ ମହାନ୍ତ,ତୈଳ ମହାନ୍ତ,ଫାଣ୍ଟୁସ ମହାନ୍ତ,ଆକାଶ ମହାନ୍ତ,ମାନସ ରଂଜନ ମହାନ୍ତ,ଟୁକୁନା ମହାନ୍ତ,ସାତପଦ ମହାନ୍ତ,କ୍ଷୀରୋଦ ମହାନ୍ତ,ନିର୍ମଳ ମହାନ୍ତ ଏବଂ ଅନ୍ୟମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ