ଭାରତୀୟ ଜନତା ପାର୍ଟି ଏସଟି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନିର୍ଦେଶ କ୍ରମେ ଏସଟି ମୋର୍ଚ୍ଚା ଜିଲ୍ଲା ସଭାପତି ବିପିନ ମାରାଣ୍ଡିଙ୍କ ନେତୃତ୍ୱରେ ଆଜି ଏସଟି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ବଳନ, ଭାରତ ମାତାଙ୍କ ପୂଜନ ଓ ସାମୁହିକ ଦେଶମାତୃକାର ବନ୍ଦନା ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ମାରାଣ୍ଡି ଉଦ୍ଘାଟନୀ ଭାଷଣରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଦଳିୟ ଆଭିମୁଖ୍ୟ, ଆଗାମୀ କାର୍ଯ୍ଯ ଯୋଜନା, ସାଂଗଠନିକ ରୂପରେଖ ବିଷୟରେ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି, ରାଜ୍ଯରେ ଆଦିବାସୀ ସମ୍ପ୍ରଦାର ଲୋକଙ୍କ ସାମଗ୍ରିକ ବିକାଶ ପାଇଁ କୌଣସି ଫଳପ୍ରଦ ଯୋଜନା ରାଜ୍ୟ ସରକାର ରୂପାୟନ କରୁ ନଥିବାରୁ ଆଜିର କାର୍ଯ୍ୟକାରିଣୀ ଉଦବେଗ ପ୍ରକାଶ କରିଥିଲା। ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ଫୁଲମଣୀ ଟୁଡୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଜଣେ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି ଆସନରେ ଆସୀନ କରାଇଥିବାରୁ ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଥିଲା। ଅନ୍ୟତମ ସାଧାରଣ ସମ୍ପାଦକ ସାକମ୍ବରୀ ସିଂ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ। ଉଭୟ ଧନ୍ୟବାଦ ଓ ରାଜନୈତିକ ଚିଠା ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ବିଜେପି ଜିଲ୍ଲା ସଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ତାଙ୍କ ବ୍ଯକ୍ତବରେ ଏସଟି ମୋର୍ଚ୍ଚାର କାର୍ଯ୍ୟ ଶୈଳୀ, କେନ୍ଦ୍ର ସରକାରଙ୍କ ଯୋଜନା ଉପରେ ବିଶଦ ଆଲୋଚନା କରିଥିଲେ। ସୁକୁମାର ନାୟକ, ମୋର୍ଚ୍ଚାର ଜିଲ୍ଲା ଉପସଭାପତି ରାଜେନ୍ଦ୍ର ସିଂ, କାର୍ଯ୍ୟକାରିଣୀ ସଦସ୍ୟ ମାନୁ ମାରାଣ୍ଡି, ସମାୟ ଟୁଡୁ, ଗୁମୀ ସୋରେନ, ଗଙ୍ଗାକିଶୋର ସୋରେନ, ଦିବାକର ସିଂ, ସଞ୍ଜୟ ସିଂ, ସୁକୁମାର ଟୁଡୁ, ବାବୁଲାଲ ସିଂ, କଳ୍ପନା ସିଂ ପ୍ରମୁଖ ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକର୍ତ୍ତା ମାନେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉଜ୍ଜପନୀ ଭାଷଣରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ବିଜେପିରେ ଏସଟି ମୋର୍ଚ୍ଚାର ଭୂମିକା, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବହୁବିଧ ଆଦିବାସୀ କଲ୍ୟାଣ ଯୋଜନା, ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସାଂଗଠନିକ ସଂରଚନା ବିଷୟରେ କହିଥିଲେ। ଶେଷରେ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଠୁମ୍ପୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ