ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟାକାଣ୍ଡର ଅନ୍ଯତମ ଆସାମୀ ଲବ ବାରୀଙ୍କୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ସୁନାମରା ଗ୍ରାମର କାହ୍ନୁ ବାଗେ ହତ୍ୟାକାଣ୍ଡର ଆସାମୀ ଲବ ବାରୀ (୩୫)ଙ୍କୁ ଗୁରୁବାର ଦିନ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ସମସ୍ତ ସାକ୍ଷୀ ଓ ପୋଲିସର ତଦନ୍ତ ରିପୋର୍ଟ କୁ ଭିତ୍ତି କରି ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି । ସୂଚନାଯୋଗ୍ୟ ୨୭/୦୧/୨୦୧୦ ମସିହାରେ ସାପ୍ତାହିକ ହାଟ ହାଟଵାଦଡାରେ କାହ୍ନୁ ବାଗେ ସୁନାମରା ଗ୍ରାମର ମକର ପୂର୍ତିଙ୍କ ସ୍ତ୍ରୀ ଜାମ୍ବି ପୂର୍ତୀଙ୍କ ମଥାରେ ସିନ୍ଦୂର ଘଷି ଦେଇଥିଲେ ।ଖବର ପାଇ ଉତ୍ୟକ୍ତ ହୋଇ ଲବ ବାରି,ମକର ପୂର୍ତି, ଏବଂ ସହଯୋଗୀ ମାନେ ହାଟରୁ କାହ୍ନୁ ବାଗେକୁ ଟାଣି ଆଣି ବାଡେଇବା ସହ ଗାଁ ରେ ଆଣି ବାନ୍ଧିଥିଲେ । ଖବର ପାଇ କାହ୍ନୁ ବାଗେର ପରିବାରର ଲୋକେ ଖୋଜାଖୋଜି କଲାପରେ ନ ପାଇବାରୁ ତାଙ୍କ ପୁଅ ୩୧/୧/୨୦୧୦ରେ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାରେ ୧୧/୧୦ କେଶ ମାମଲା ରୁଜୁ ହୋଇଥିଲା । ପୋଲିସ ତଦନ୍ତ କରି ମକର ପୂର୍ତି ଏବଂ ଏବଂ ଅନ୍ଯମାନଙ୍କୁ ଗିରଫ କରିଥିବାବେଳେ ଲବ ବାରି ଫେରାର ହୋଇ ଯାଇଥିଲା । ପୋଲିସ ପରେ ଲବ ବାରିକୁ ଗିରଫ କରିଥିଲା । ଅନ୍ୟ ଆସାମୀ ମାନଙ୍କୁ ପୂର୍ବରୁ ଦଣ୍ଡିତ କରାଯାଇଥିଲା ।ଆଜି ଗୁରୁବାର ଦିନ ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ସମସ୍ତ ସାକ୍ଷ୍ୟ ପ୍ରମାଣ, ପୋଲିସ ରିପୋର୍ଟ ଏବଂ ପାରିପାର୍ଶ୍ବିକ ଘଟଣାକୁ ବିଚାରକୁ ନେଇ ଆସାମୀ ଲବ ବାରୀଙ୍କୁ ଭାରତୀୟ ଦଣ୍ଡବିଧି ବିଧାନ ଆଇନ ୩୦୨ ଅନୁସାରେ ଆଜୀବନ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୩ ବର୍ଷ କାରାଦଣ୍ଡ ସହ ପ୍ରମାଣ ନଷ୍ଟ ଅଭିଯୋଗରେ ୨୦୧ ଧାରାନୁଯାୟୀ ୫ ବର୍ଷ କାରାଦଣ୍ଡ,୩୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୨୦୦୦ ଟଙ୍କା ଜୋରିମାନା ରାୟ ଶୁଣାଣି କରିଛନ୍ତି ।ସରକାରୀ ଓକିଲ ପଙ୍କଜ ଦାସ ପରିଚାଳନାରୃ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ