ଦୀପକ-ପିଙ୍କିଙ୍କ ଯୋଡ଼ି
ନୂଆ ଓଡ଼ିଆ ଚିତ୍ର ‘ଜୋର୍କା ଝଟ୍କା’ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶିବାନୀ ନିବେଦିତ ଅଶୋକ ବେହେରା ଓ ଶିବାନୀ ବେହେରା ପ୍ରୟୋଜିତ ଏ ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଅଛନ୍ତି ପିନୁ ନାୟକ । ଡା.ନିର୍ମଳ ନାୟକଙ୍କ ଗୀତ ସଂଳାପ ଓ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ଏ ଚିତ୍ରକୁ ସମୃଦ୍ଧ କରିଛି । ବିଭିନ୍ନ ଭୂମିକାରେ ଦୀପକ, ପିଙ୍କି, ହରି, ପ୍ରଜ୍ଞା, ମିହିର ଦାସ, ନନ୍ଦିନୀ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା, ପ୍ରତିଭା ପଣ୍ଡା, ଶ୍ରୀତମ ଦାସ, ଗୁଡୁ, ଶଙ୍କର ପ୍ରଧାନ, କମଲ, ସୌମ୍ୟ, କ୍ରିଷ୍ଣା, ନେହା, ସୋନାଲି, ଅନୀଲ, ଟୁଲୁ, ଶୁଭଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି । ହାସ୍ୟରସ ଓ ଆବେଗ ଉପରେ ଆଧାରିତ ହୋଇଛି ଏ ଚିତ୍ରର କାହାଣୀ । ନାୟକ ଦୀପକ- ନାୟିକା ପିଙ୍କି ପୂର୍ବରୁ ଏକାଠି ‘ସପନର ନାୟିକା’ ରେ ଆସି ସାରିଥିବା ବେଳେ ଏବେ ପୁଣି ଥରେ ଏହି ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ଝଟକା ଦେବେ ବୋଲି କୁହାଯାଉଛି । ନାୟିକା ପିଙ୍କି କହିଛନ୍ତି ଏ ଚିତ୍ରରେ ମତେ ମିଳିଥିବା ଚରିତ୍ର ବେଶ ଚ୍ୟାଲେଞ୍ଜିଂ । ତାକୁ ସଫଳ କରିବା ନିମନ୍ତେ ଉଦ୍ୟମ କରିଛି । ନୂଆ ଟିମ ଓ ନିର୍ଦ୍ଦେଶକଙ୍କ ସହ କାମ କରିବାରେ ବେଶ୍ ଖୁସି ବୋଲି ସେ ମତବ୍ୟକ୍ତ କରିଛନ୍ତି ।