୫୪ବର୍ଷରେ ଅସ୍ତରଙ୍ଗର ଦୁର୍ଗାପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ହାତରେ ଆଉ ଅଳ୍ପ ଦିନ, ପୂଜା ପାଇବେ ଜଗତ ଜନନୀ ମା ଦୁର୍ଗା। ଏ ନେଇ ଭକ୍ତ ଙ୍କ ମନ ବ୍ୟାକୁଳ ହେଲାଣି। କାରିଗର ଠାରୁ ଆରମ୍ଭ କରି କମିଟିର କର୍ମକର୍ତ୍ତା ସମସ୍ତେ ତପ୍ତର ହୋଇ ପଡ଼ିଛନ୍ତି। କିଭଳି ସଠିକ ସମୟରେ କାମ ସରିବ ଆଉ ମା ଙ୍କ ପୂଜାର୍ଚ୍ଚନା ହେବ ସେ ନେଇ ଚଳଚଞ୍ଚଳ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦୁର୍ଗା ପୂଜା କମିଟି। ଆକର୍ଷଣୀୟ ତୋରଣ ସାଙ୍ଗକୁ ମା ଙ୍କ ପ୍ରତିମୂର୍ତ୍ତି ତିଆରି ରେ ଲାଗିପଡିଛନ୍ତି କାରିଗର। ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି କମିଟି ର ସଦସ୍ୟ ମାନେ। ଚଳିତ ବର୍ଷ ଭୁବନେଶ୍ୱର ରାମ ମନ୍ଦିର ର ଭ୍ରମ ସୃଷ୍ଟି କରିବ ଅସ୍ତରଙ୍ଗ ଦୁର୍ଗା ପୂଜା ମଣ୍ଡପ। ୫୪ ବର୍ଷରେ ପଦାର୍ପଣ କରିଥିବା ଅସ୍ତରଙ୍ଗ ଦୁର୍ଗା ପୂଜା କମିଟି ଏଥର ପଚାଶ ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ୧୨୦ ଫୁଟ ଚଉଡା ବିଶିଷ୍ଟ ତୋରଣ କରି ଶ୍ରଦ୍ଧାଳୁ ଙ୍କ ମନ ଜିଣିବାକୁ ଲକ୍ଷ୍ୟ ରଖିଛି । ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତିସନ୍ଧ୍ୟା ରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ଦଶମୀ ପରେ ଅଂଚଳ ବାସିଙ୍କ ମନୋରଞ୍ଜନ ପାଇଁ ଯାତ୍ରା ପାର୍ଟି ର ଆୟୋଜନ କରିଛି ପୂଜା କମିଟି। ତା ସାଙ୍ଗକୁ ମନ ମୋହିଲା ଭଳି ମିନା ବଜାର ଲାଗିବ। ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ଲାଗି ସୁରକ୍ଷା କର୍ମୀ ଓ ସ୍ୱେଚ୍ଛାସେବୀ ନିୟୋଜିତ ହେବେ।ଦର୍ଶନ କରିବାକୁ ଆସିଥିବା ଦର୍ଶକ ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ନିମନ୍ତେ ଏକ ମେଡିକାଲ ଟିମ ରହିବ। ଏହା ସହ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମାନଙ୍କ ପାଇଁ ହୁଇଲି ଚ୍ୟାୟାର ର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଦୁର୍ଗା କ୍ଲବ ସଭାପତି ଦିବ୍ୟଦର୍ଶି ବିଶ୍ୱାଳ ଓ ସଦସ୍ୟ ଯୁଗଳ କିଶୋର ମହାନ୍ତି । ଦୂର୍ଗା ପୂଜା ପାଇଁ ଅସ୍ତରଙ୍ଗ ଚଳଚଞ୍ଚଳ ହୋଇ ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ