ଘର ଉପରୁ ବିଦ୍ୟୁତ ତାର ହଟାଇବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ବୋରିଗାଁ ଗ୍ରାମବାସୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ଗଞ୍ଜାମ ବ୍ଲକର ବୋରିଗାଁ ଠାରେ ଦୀର୍ଘ ୧ ବର୍ଷ ତଳେ ୧୧ କେଭି ବିଦ୍ୟୁତ ତାର ସଂଷ୍ପର୍ଷରେ ଆସି ପୁଅର ହାତରେ ଗଭୀର ଆଘାତ ଲାଗିଥିବା ଘଟଣାରେ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବା ଓ ଗ୍ରାମର ବିଭିନ୍ନ ସ୍ଥାନରେ ଘର ର ଛାତ ଉପରେ ଯାଇଥିବା ୧୧ କେଭି ତାରକୁ ତୁରନ୍ତ ହଟାଇବା ନିମନ୍ତେ ମଙ୍ଗଳବାର ବୋରିଗାଁ ର କିଛି ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଗ୍ରମାର ଭ୍ରମର ପଲାଇଙ୍କ ୮ ବର୍ଷର ପୁଅ ରୁଦ୍ର ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଷ୍ପର୍ଷରେ ଆସିବାରୁ ତାର ହାତର ଏକ ଆଙ୍ଗୁଠି କଟାଯାଇଥିଲା । ସେଥିପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଣୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଆସୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହା ସହ ଗ୍ରାମର ବିଭିନ୍ନ ସ୍ଥାନରେ ଘରର ମଧ୍ୟ ଭାଗରେ ପୋତାଯ୍ଧବଥିବା ବିଦ୍ୟୁତ ଖୁଣ୍ଟିକୁ ସ୍ଥାନାନ୍ତରିତ କରିବା ସହ ଘରର ଛାତ ଉପରୁ ୧୧ କେଭି ବିଦ୍ୟୁତ ତାର ହଟାଇବା ଲାଗି ବୋରିଗାଁ ଗ୍ରାମର ଭ୍ରମର ପଲାଇ, ସବିତା ପଲାଇ, ବାବୁଲା ପଲାଇ, ନିରୁ ପଲାଇ, ସୁନିତା ପଲାଇ, ବନିତା ଖଟାଇ ଓ ଗାୟତ୍ରୀ ବିଶ୍ୱାଳଙ୍କ ସମେତ ବହୁ ଗ୍ରାମ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।


