ଶିକ୍ଷୟତ୍ରୀ ଧରିତ୍ରୀ ଶୁଭଦର୍ଶିନୀଙ୍କ ଅକାଳ ବିୟୋଗରେ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ଶୋକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନମୂଳବସନ୍ତ ପଦ୍ମଲୋଚନ ସେବାଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ହିନ୍ଦୀ ଶିକ୍ଷୟତ୍୍ରୀ ଧରିତ୍ରୀ ଶୁଭଦର୍ଶିନୀ(୩୫)ଙ୍କର ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଧରିତ୍ରୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ରାମନଗରପାଟଣା ଗ୍ରାମର ବିଜୟ କୁମାର ଧଳଙ୍କ କନ୍ୟା ତଥା ଆଳି ବ୍ଲକ ଅନ୍ତର୍ଗତ ଅରଗଳ ଗ୍ରାମ ନିବାସୀ ମାନସ ଚନ୍ଦ୍ର ଥାଟୋଇଙ୍କ ଧର୍ମପତ୍ନୀ ଥିଲେ । ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ଧରିତ୍ରୀଙ୍କ ଅକାଳ ବିୟୋଗରେ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ମହେଶ୍ୱର ସାହୁ, ଉପଦେଷ୍ଟା ବଙ୍କିମ ବିହାରୀ ମହାନ୍ତି, ଉପସଭାପତି ସିଦ୍ଧାର୍ଥଶଙ୍କର ନାୟକ, ଉପେନ୍ଦ୍ର ସାହୁ, ଦିପକ ରାଉତ, କୋଷାଧ୍ୟକ୍ଷ ଅଭୟ କୁମାର ସ୍ୱାଇଁ, ସହ ସମ୍ପାଦକ ନିର୍ମଳ କୁମାର ସ୍ୱାଇଁ, ଧିରେନ୍ଦ୍ର ରାଉଳ, ଲାଲବାବୁ ଖାଁ, ସେକ ସନୁଆର, ସପନ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।