ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ୨ୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଅନୁଷ୍ଠିତ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରାଯିବା ଏବଂ ଜିରୋ କପିଜୋନ୍ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ମହାବିଦ୍ୟାଳୟ ପରୀକ୍ଷାରେ ସ୍ୱଛତା ଅବଲମ୍ବନ ପୂର୍ବକ ପ୍ରତ୍ୟେକ ପରିକ୍ଷା କେନ୍ଦ୍ରରେ ସି.ସି. କ୍ୟାମେରା ଲଗାଯିବା ବାଧ୍ୟତା ମୂଳକ ହୋଇଛି । ଏସବୁ ନିର୍ଦେଶକୁ ଅବମାନନା କରୁଥିବା ମହାବିଦ୍ୟାଳୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦେଶ ରହିଛି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ତାହାର ବ୍ୟତିକ୍ରମ ହୋଇଥିବା ଦେଖାଯାଇଛି । ଏହି ମହିଳା କଲେଜର ଗତ ୬ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୨ୟ ସେମିଷ୍ଟାର ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ମୋବାଇଲରେ ପ୍ରଶ୍ନର ଉତ୍ତର ଯୋଗାଇ ଦିଆଯିବା ସହ ସେମାନଙ୍କୁ କପି କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିବା ବେଳେ ଇତିହାସ ବିଭାଗର ପ୍ରଶ୍ନ ଲିକ ହୋଇଥିବା ନେଇ ସଂପୃକ୍ତ କଲେଜର ଛାତ୍ରୀମାନଙ୍କ ସମେତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଉଦଶ୍ୟେରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ସେହି କଲେଜର ଛାତ୍ରୀମାନେ ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ପଟ୍ଟାମୁଣ୍ଡାଇ ମହିଳା କଲେଜ ପରିଚାଳନା କମିଟି ସଭାପତିଙ୍କୁ ଭେଟି ଅଭିଯୋଗ କରିଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ନରେନ୍ଦ୍ର ସେଠୀ, ଏଲୀନା ନାଥ, ଭାଗ୍ୟବତୀ ଖୁଣ୍ଟିଆ, ବିଶ୍ୱଜିତ ସେଠୀ, ପ୍ରଦୀପ ବେହେରା, ତନ୍ମୟ ସେଠୀ, ସନ୍ଦିପ କୁମାର ଦାସ, ଶୁଭଶ୍ରୀ ନାୟକ, ଅପର୍ଣ୍ଣା ଜେନା, ବର୍ଷାରାଣୀ ସ୍ୱାଇଁ, ବିନାୟକ ଦାଶ, ବିଶ୍ୱପ୍ରକାଶ ସାହୁ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ