ପାର୍ବତୀ ସାହୁଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମର ସ୍ୱର୍ଗତ ରମାକାନ୍ତ ସାହୁଙ୍କ ଧର୍ମପତ୍ନୀ ପାର୍ବତୀ ସାହୁଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଷଣ୍ଢପଲ୍ଲୀସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ କାଉନସିଲର ଲକ୍ଷ୍ମୀପ୍ରିୟା ସାହୁ, ପୂର୍ବତନ ସରପଞ୍ଚ କାନନବାଳା ଦାସ, ଦାଶରଥି ସାହୁ, ଦଧିବାବନ ସିଂ, ରଞ୍ଜନ ସାହୁ, ସଞ୍ଜିତ ସାହୁ, ସୁରଞ୍ଜିତ ସାହୁ, ଅନ୍ନପୂର୍ଣ୍ଣା ସାହୁ, ସର୍ମିଷ୍ଠା ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ପାର୍ବତୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତା ସାହୁ ଜଣେ ଧର୍ମପରାୟଣା, ମିଷ୍ଟଭାଷି ମହିଳା ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ