ସୁଶାନ୍ତ କୁମାର ପୋଲାଇ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ର ସଭାପତି ଭାବେ ସୁଶାନ୍ତ କୁମାର ପୋଲାଇ ମନୋନୀତ ହୋଇଛନ୍ତି। ଶ୍ରୀ ପୋଲାଇ ପୂର୍ବରୁ ପୋଲସରା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଥିବାବେଳେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ମନୋନୟନ ବେଳେ ଶ୍ରୀ ପୋଲାଇଙ୍କୁ ମନୋନୀତ କରାଯାଇଛି। ଯୁବନେତା ସୁଶାନ୍ତ କୁମାର ପୋଲାଇ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ସଭାପତି ମନୋନୀତ ହୋଇଥିବା ଯୋଗୁଁ ପୋଲସରା ବିଧାୟକ ତଥା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟମୋକେଶ ରାୟ ଓ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଭବାନୀ କାନ୍ତ ସାହୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ସୁଚାରୁଭାବେ ତୁଲାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖୀ ପଦକ୍ଷେପ ଜନସାଧାରଣ ନିକଟରେ ପହଞ୍ଚାଇବା ପାଇଁ ଆନ୍ତରିକ ଉଦ୍ୟମ କରିବି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ