ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ପାଇଁ ଫୁଟବଲ ଟିମ ଚୟନ

ପୋଲସରା, (ଅନିଲ କୁମାର ମହାରଣା):ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପାଇଁ ପୋଲସରା ବ୍ଲକ ପକ୍ଷରୁ ବାଳକ ଓ ବାଳିକା ବିଭାଗରୁ ୧୪ ଜଣ ଲେଖାଏଁ ଖେଳାଳି ଚୟନ କାରାଯାଇଥିବା ଜଣାପଡ଼ିଛି। ଫୁଟବଲ ଖେଳାଳି ଚୟନ ପାଇଁ ସେପ୍ଟେମ୍ବର ୩୦ ତାରିଖ ଦିନ ହାତୀଓଟ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଷ୍ଟାଡିୟମରେ ୨୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଚୟନ ପ୍ରକ୍ରିୟା ପାଇଁ ହାତୀଓଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଇଓ କାଳୀ ଚରଣ ବେହେରା, ସମ୍ମାନୀତ ଅତିଥି ଭାବେ ଏବିଇଓ ସ୍ୱରୂପ କୁମାର ପାତ୍ର, ପୋଲସରା ବ୍ଲକ କ୍ରୀଡା ଶିକ୍ଷକ ସଂଘ ସଭାପତି ଜ୍ଞାନ ରଞ୍ଜନ ଜାଲି ଓ ସିଆରସିସି ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ଯୋଗଦେଇ ଥିଲେ। ବ୍ଲକ ସ୍ତରୀୟ ପ୍ରତି ଯୋଗୀତାରେ ଚୟନ ହୋଇଥିବା ବାଳକ ଓ ବାଳିକା ବିଭାଗର ପ୍ରତିଯୋଗୀ ବୃନ୍ଦ ଜୋନାଲ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ। ସେଥିରେ ଯୋଗ୍ୟ ବିବେଚିତ ଟିମ ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ବାଳକ ଓ ବାଳିକା ବିଭାଗର ଫୁଟବଲ ଟିମ ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ