ମା ମଙ୍ଗଳା ଙ୍କ ପ୍ରସିଦ୍ଧ ସିଂହ ବାହିନୀ ବେଶ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଚାଲିଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା । ଆଜି ସପ୍ତମୀ ତିଥି ହୋଇଥିବାରୁ ପାରମ୍ପରିକ ପ୍ରଥାନୁସାରେ ମା ଙ୍କୁ ପ୍ରସିଦ୍ଧ ସିଂହ ବାହିନୀ ବେଶ ରେ ସଜ୍ଜିତ କରଯାଇଛି। ପୂର୍ବରୁ ମା ଙ୍କୁ ପାଦପଦ୍ମ , ଭୁଜ , ଧନୁ, ତୀର, କମାଣ ପ୍ରଭୁତି ଅସ୍ତ୍ର ଶସ୍ତ୍ର ଲାଗି କରାଯାଇଥିଲା। ଆଜି ଷୋଡ଼ଶ ଉପଚାର ପୂଜାପଣ୍ଡା ପ୍ରକାଶ ଚନ୍ଦ୍ର ପଣ୍ଡା ପାଳିଆ ପୂଜା ପଣ୍ଡା ସର୍ବେଶ୍ଵର ପାଢ଼ୀ, ସେବକ ବସନ୍ତ କୁମାର ଦିକ୍ଷୀତ, ଶରତ କୁମାର ଦିକ୍ଷୀତ, ସଞ୍ଜୟ କୁମାର ଦିକ୍ଷୀତ, ରଘୁନାଥ ଦିକ୍ଷୀତ, ନରେଶ କୁମାର ଦିକ୍ଷୀତ ପ୍ରମୁଖ ଙ୍କ ସହାୟତା ରେ ମା ଙ୍କୁ ସିଂହ ବାହିନୀ ବେଶ ରେ ସଜ୍ଜିତ କରିଥିଲେ। କାଠ ରେ ନିର୍ମିତ ଏକ ସିଂହ କୁ ମା ଙ୍କ ପାଦ ପାଖରେ ଏପରି ଲାଗି କରାଯାଇଛି ଯେ, ଦେଖିଲେ ଲାଗୁଛି ମା ସିଂହ ଉପରେ ବିରାଜମାନ କରିଛନ୍ତି। ମା ଙ୍କ ଏହି ପ୍ରସିଦ୍ଧ ବେଶ କୁ ଦର୍ଶନ କରିବାକୁ ଆଜିସଂଧ୍ୟା ରୁ ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ଼ ଲାଗିଛି । ବିଶ୍ୱାସ ରହିଛି ଯେ, ସିଂହ ବାହିନୀ ମା ମଙ୍ଗଳା ଙ୍କ ନିକଟରେ ଯାହା ମାନସିକ କରାଯାଇଥାଏ ତାହା ମା ଙ୍କ ଆଶ୍ରିବାଦ ରୁ ଖୁବ ଶୀଘ୍ର ପୂରଣ ହୋଇଥାଏ ବୋଲି କହିଛନ୍ତି ପାଳିଆ ସେବକ ତାପସ କୁମାର ଦିକ୍ଷୀତ। ମଧ୍ୟାହ୍ନ ରେ ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ସପ୍ତସତି ଚଣ୍ଡି ପାଠ କରିଥିଲେ। ମାତୃ ଭକ୍ତଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଉଠିଛି କାକଟପୁର ଅଞ୍ଚଳ। ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମା ଙ୍କ ପୂଜା ନିତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ