ଫଟା ଡଙ୍ଗାରେ ଜୀବନ/ଦଦରା ନାଁରେ ଲୋକେ ନାଉରୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଜି ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ପାଇଁ ବାଧାକ ସାଜିଛି ରାସ୍ତା ।ରାସ୍ତା ନାହିଁତ ବିକାଶ ନାହିଁ ଏହି ଶ୍ଲୋଗାନ ଦେଇଛନ୍ତି ଅନେକ ମହାପୁରୁଷ । ବାଲିଗୁଡା ଉପଖଣ୍ଡର ଅନେକ ଗ୍ରାମ ରାସ୍ତାନଥିବା ଯୋଗୁଁ ବିକାଶ ଅପହଁଚ ହୋଇରହିଛି । ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକର ଖମନଖୋଲ ପଂଚାୟତରେ ସାତରୁ ଉର୍ଦ୍ଦଗ୍ରାମ ।ଫଟା ଡଙ୍ଗାରେ ଲୋକେ ହିଁ ନାବୀକ । ଜୀବନମରଣ ସହିତ ବଂଚିତ ଅଛନ୍ତି ଶହଶହ ଅଧିକାସୀ । ଫଟା ଡଙ୍ଗାହିଁ ଭରସା । ଏହି ପଂଚାୟତର ନଦୀ ଆରପଟେ ରହିଅଛି ଗଣ୍ଡାକିଆ,,ଆଚାରଣୀ,ଟିଡିରା,ଗାଡିମାସ୍କା,ସିକେଲ ଭଳି ଅନେକ ଗ୍ରାମ ଏବଂ ଫିରିଙ୍ଗିଆ ବ୍ଲକର କଲମପଡା,ଲଦାପଦର ଭଳି ଅନେକଗ୍ରାମ । ଏହି ଗ୍ରାମବାସୀ ମାନଙ୍କ ଦୁଃଖ ଖମନଖୋଲର ଖଡଗନଦୀ । ଏହି ଗ୍ରାମବାସୀ ମାନେ ଖମନଖୋଲ ପଂଚାୟତ କୁ ପଂଚାୟତର ସହାୟତା ସହ ହାଇସ୍କୁଲ ପାଠପଢା ଓ ଦୈନଦିନ ଜୀବନଯାପନ ସହ ମେଡିକାଲ,କଲେଜ,ବ୍ଲକ ଆଦିର ସୁବିଧା ପାଇବା ପାଇଁ ତଥା ରୋଜଗାର ପାଇଁ ବାଲିଗୁଡା ଉପରେ ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ଲୋକମାନେ ଏହି ନଦୀ ପାର ହୋଇ ଆସିଥାନ୍ତି ।ନଦୀପାର ହୋଇ ଆସିବା ପାଇଁ ମାତ୍ର ଗୋଟିଏ ଫଟାଡଙ୍ଗା ହିଁ ଭରସା । ଏହି ଟଙ୍ଗାର ମଝୀରେ ଫାଟି ପାଣି ପଶୁଯାଉଛି । ଅଂଚଳବାସୀଙ୍କ ନିମନ୍ତେ ଆଉକିଛି ବିକଳ୍ପ ନଥିବା ହେତୁ ଜୀବନକୁ ବାଜିଲ୍ଗାଇ ଏହି ଫଟା ଡଙ୍ଗାକୁ ଭରସା କରି ଡଙ୍ଗାରେ ବସିନଦୀ ପାର ହୋଇଥାନ୍ତି । ଏହି ଫଟାଡଙ୍ଗାରେ ପାଣିପଶିଗଲେ ଲୋକେ ଜୀବନ ଭୟରେ ଡଙ୍ଗାରୁ ଡେଇଁ ପଡୁଛନ୍ତିା ଏହି ଫଟାଡଙ୍ଗାକୁ ସଜାଡିବା ପାଇଁ ବହୁବାର ଚେଷ୍ଟ।।କରିଛନ୍ତି ଅଂଚଳବାସୀ କିନ୍ତୁ ଅର୍ଥ ଅଭାବରୁ ଡଙ୍ଗାଟି ସଜାଡା ହୋଇପାରୁନାହିଁ ,ଲୋକେ ବାଧ୍ୟ ହୋଇ ଏହି ଡଙ୍ଗାରେ ପାରି ହେଉଛନ୍ତି ।ନଦୀ ଆରପଟେ ଥିବା ଗ୍ରାମ ଗୁଡାକର ଲୋକେ ଭଗବାନ ଭରସାରେ ବଂଚିତାନ୍ତି । ଖରା କିମ୍ବା ଶିତ ଦିନରେ କୌଣସି ପ୍ରକାରେ ଚଳିଯାଉଛନ୍ତି ଲୋକେ କିନ୍ତୁ ବର୍ଷା ହୋଇଗଲେ ଏହି ଗ୍ରାମବାସୀ ମାନେ ବାଷ୍ୟଜଗତରୁ ବିଛିନ୍ନ ହେଉଛନ୍ତି ଓ କାମ ପଡିଲେ ଜୀବନକୁ ପାଣି ଛଡାଇ ଡଙ୍ଗାରେ ବସି ଆସିଥାନ୍ତି । ଅନେକ ସମୟରେ ମଝୀ ନଇରେ ଡଙ୍ଗା ଭିତରେ ପାଣିପଶି ଯାଇଥିାବର ନଜିର ହୋଇଛି ଏବଂ ପଶିଯାଇଥିବା ପାଣିକୁ କାଡି ଡଙ୍ଗା କାତ ମରାଯାଏ ଏହିଭଳି ବିପଦପୁର୍ଣ୍ଣ ଯାତ୍ରା କରନ୍ତି, କିଛିଲୋକ ନଦୀରେ ଭାସିଯାଇ ଜୀବନବି ହାରିଛନ୍ତି । ଏହି ନଦୀ ଉପରେ ଏକ ପୋଲ ତିଆରି ହେଉଛି କିନ୍ତୁ ଏହି କାମଟି ସଂପୁର୍ଣ୍ଣ ହେବା ପାଇଁ ବହୁଦିନ ଲାଗିବ ତେଣୁ ସରକାରଙ୍କ ତରଫରୁ ଯଦୀ ନଦୀ ଉପରେ ଏକ ଡଙ୍ଗାର ବ୍ୟବସ୍ଥା କରାଯିବ ତେବେ ଅଂଚଳବାସୀ ଯାତାୟତ କରିବାକୁ ସୁବିଧା ହୁଆନ୍ତା ବୋଲି ଋଷିମଣି ଝଙ୍କାର,ଦାମ ଗଡିଆ,ଅଙ୍ଗଦ ଦିଗାଳ,ବିରୁଦ ମଳିକ,ଭରତ ଝାଙ୍କର,ଦାନ ମଳିକ,ଜୁପା ମଳିକ,ବିନ୍ଦା ମଳିକ ଓ ଅନେକ ଅଂଚଳବାସୀ ଦାବୀ କରିଛନ୍ତି ।


