ଭଷାଣରେ ହେବ ମୁରବୀ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁରୁଣା ଭୁବନେଶ୍ୱରରେ ଚଳିତ ବର୍ଷ ହରପାର୍ବତୀ ସମେତ ୨୩ ଦୁର୍ଗା ମେଢ଼ କରାଯାଇଛି । ଏକାମ୍ର କ୍ଷେତ୍ରରେ ଭାଇଚାରା ବୃଦ୍ଧି କରିବା ପାଇଁ ଏକାମ୍ର ସଂଘଠନ ପକ୍ଷରୁ ଭଷାଣ ମହାସମାରୋହରେ ପାଳିତ ହେବ । ଏହି ଉପଲକ୍ଷେ ସ୍ଥାନୀୟ ବଢ଼େଇବାଙ୍କ ଛକଠାରେ ‘ସାହି ମୁରବୀଙ୍କୁ ସମ୍ମାନ’ କାର୍ଯ୍ୟକ୍ରମରେ ମୁରବୀମାନଙ୍କୁ ସମ୍ମାନୀତ କରାଯିବ । ଏନେଇ ଏକ ପ୍ରସ୍ତୁତି ବୈଠିକ ଏକାମ୍ର ସଂଘଠନ ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ମଦନ ମୋହନ ପ୍ରଧାନ, ଶେଷ ଶେଖର ଗରାବଡ଼ୁ, ସୌମେନ୍ଦ୍ର ମହାପାତ୍ର, ଆବାହକ ଅନିକେତ ବଟୁ, ଶକ୍ତି ପ୍ରସାଦ ସାହୁ, ସୂର୍ଯ୍ୟ ସୋରୂପ ମହାନ୍ତି ଓ ବହୁ ବ୍ୟକ୍ତି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ