ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ଅପରାଜିତା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ଏମ.ପି. ଅପରାଜିତା ଷଡଙ୍ଗୀ ଶୁକ୍ରବାର ମଧ୍ୟାହ୍ଣରେ ଭଦ୍ରକ ଜିଲାର ଶୈବପୀଠ ଆରଡିରେ ପହଞ୍ଚି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ । ଶହଶହ ଭାଜପା କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ପୀଠରେ ଥିବା ନୂତନ ଅତିଥି ଭବନରେ ସେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସେ ଖବରଦାତା ସମ୍ମୀଳନୀରେ ପୀଠର ଉନ୍ନତି ମୂଳକ କାର୍ଯ୍ୟରେ ସରକାରଙ୍କ ସହଯୋଗକୁ ବିରୋଧ କରିବେ ନାହିଁ ବୋଲି ଜଣାଇଥିଲେ । ପୀଠ ସଂପ୍ରସାରଣ କାର୍ଯ୍ୟରେ ଯେଉଁ ବ୍ୟକ୍ତି ମାନଙ୍କ ଘର,ଜମି ଉଛେଦ ହେବ ସେମାନଙ୍କୁ ଥଇଥାନ କରାଇବା ପାଇଁ ଅନ୍ୟତ୍ର ଜାଗା ଯୋଗାଇବା ସହ ସେମାନଙ୍କୁ ଆର୍ଥିକ ସହାୟତାରାଶୀ ପ୍ରଦାନ କରିବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ପୀଠରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା, ସାଳନ୍ଦୀ ନଦୀ ଉପରେ ସେତୁ ନିର୍ମାଣ, ଆରଡିକୁ ନେସନାଲ ଟୁରିଷ୍ଟ ସେକ୍ଟରରେ ପରିଣତ କରିବାର ଆବଶ୍ୟକ ରହିଛି ବୋଲି ଅପରାଜିତା ପ୍ରକାଶ କରିଥିଲେ । ବରିଷ୍ଠ ଭାଜପା ନେତା ଦେବଦତ୍ତ ପାଢୀ, ଜୀବନାନନ୍ଦ ପାଢୀ, ରାଧାକାନ୍ତ ପାଢୀ, ସ୍ବଦେଶ ପଣ୍ଡା, ମୀନକେତନ ବିଶ୍ବାଳ, ବାଲାଜୀ ଶଙ୍କର ପାଢୀ, କିଷନ୍ ପାଢୀ, ସନ୍ଦୀପ ନାୟକ, ସୁବ୍ରତ ବିଳାସ ପ୍ରମୁଖ ପୀଠରେ ଉପସ୍ଥିତ ରହି ଅପରାଜିତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ