ଗୌରୀଆମ୍ମା ଯାତ୍ରା : ପ୍ରଶାସନ ଓ ଯାତ୍ରା କମିଟିର ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ପୋଲସରା ସହରର ପ୍ରସିଦ୍ଧ ମା’ ଗୌରୀଆମ୍ମା ଯାତ୍ରା ପରିଚାଳନା ବିଷୟରେ ରତନେଇ ଠାକୁରାଣୀ ମନ୍ଦିର ପରିସରରେ ଶୁକ୍ରବାର ଦିନ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀ ଓ ଯାତ୍ରା କମିଟି ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା କମିଟିର ସଭାପତି ସୂର୍ଯ୍ୟନାରାୟଣ ଆଚାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସହରର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହେବାସହ ତୁରନ୍ତ ସମାଧାନ କରିବା ନିମନ୍ତେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ପୋଲସରାରେ ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ଅକ୍ଟୋବର ୧୪ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖରେ ଶେଷ ହେବ ଓ ୧୩ ତାରିଖରେ ବିସର୍ଜନ ହେବ। ଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ପ୍ରତି ବିଶେଷ ଦୃଷ୍ଟି ଦେବାପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସହରର ଅଲୋକୀକରଣ, ପାନୀୟଜଳ ଯୋଗାଣ, ପରିମଳ ବ୍ୟବସ୍ଥା ବିଷୟ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତୁରନ୍ତ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନିଆଗଲା। ବୈଠକରେ ଯାତ୍ରା କମିଟିର ସମ୍ପାଦକ ଜ୍ୟୋତିର୍ମୟ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରତାପ ପତି, ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଏନଏସିର ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଯାତ୍ରା କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ । ଲୋକନାଥ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ