ସମାଜସେବୀ ଅବନୀ କୁମାର ଜେନା ପାଇଲେ ‘ବିଜୁ ପଟ୍ଟନାୟକ ସମ୍ମାନ’

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ୬୮ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନ ଅବସରରେ କୁଲଡିହା ବନାଞ୍ଚଳ ରେଞ୍ଜ୍ ଅନ୍ତର୍ଗତ ରିସିଆ ପ୍ରାକୃତିକ ନିବାସ ପରିସରରେ ପରିବେଶ କର୍ମୀ ଶ୍ରୀ ଅବନୀ କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ପ୍ରଦାନ କରାଯାଇଅଛି । ଉତ୍ସବ ପ୍ରାରମ୍ଭରେ ବାଲେଶ୍ୱର ବନ୍ୟପ୍ରାଣୀ କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଉପବନ ସଂରକ୍ଷକ ବାଲେଶ୍ୱର ଶ୍ରୀ ଦିଗନ୍ତ ଶୋଭନ ଚାନ୍ଦ ଅଧ୍ୟକ୍ଷତା କରିବା ସହ ବନ୍ୟପ୍ରାଣୀ ସୁରକ୍ଷା ଓ ଖାଦ୍ୟଶୃଙ୍ଖଳ ଉପରେ ମତ ରଖିଥିଲେ । ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ନୀଳଗିରି ଶ୍ରୀ ଦୀପ୍ତିରଞ୍ଜନ ସେଠୀ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱ ଆମ ସମସ୍ତଙ୍କର ବୋଲି ବକ୍ତବ୍ୟ ରଖିଥିଲେ । ବକ୍ତାଭାବେ କୁଲଡିହା ବନ୍ୟପ୍ରାଣୀ ରେଞ୍ଜ୍ ଅଫିସର ଶ୍ରୀ ଅନନ୍ତ କୁମାର ଜେନା ବନ୍ୟଜନ୍ତୁ ସୁରକ୍ଷା ସଂପର୍କରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁଖିଲାପାଟ ବନ ସୁରକ୍ଷା ସମିତି, ସବୁଜ ବାହିନୀ ସମେତ ପରମାନନ୍ଦ ନାୟକ, ଉମାକାନ୍ତ ଜେନା, ହିମାଂଶୁ ଶେଖର ପାଢ଼ୀ, ମନୋଜ ମହାଳିକ, ପ୍ରଦୀପ୍ତ ମହାନ୍ତି ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନୀତ ଅବନୀ କୁମାର ଜେନା ସାମାଜିକ-ସଂସ୍କୃତିସମ୍ପନ୍ନ ପୁରାତନ ଅନୁଷ୍ଠାନ ‘ଚନ୍ଦ୍ରଭାଗା’ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ । ତାଙ୍କୁ ‘ଚନ୍ଦ୍ରଭାଗା’ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜଣାଯାଇଛି । ଶ୍ରୀ ଜେନା ବିଗତ ୨୦ବର୍ଷ ଧରି ବୃକ୍ଷରୋପଣ, ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ସଂପର୍କୀୟ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଆଗାମୀ ଦିନରେ ସାମାଜିକ ଉନ୍ନତିମୂଳକ ବିଭିନ୍ନ କାର୍ଯ୍ୟକୁ ସେ ଆହୁରି ବ୍ୟାପକ ଭାବରେ କରିବେ ବୋଲି ସବୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କ ତରଫରୁ କାମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ