ଦୁଇଟି ଜୁଆ ଆଡ୍ଡା ଉପରେ ଚଢାଉ କଲା ପୋଲିସ୍ ; ୩୬୯୫୦ ଟଙ୍କା ଜବତ
ଛତ୍ରପୁର, (ଦେବଦତ୍ତ ମହାରଣା):ପରମ୍ପରା ନା ରେ ବହୁ ଜୁଆ ଆଡ୍ଡା ବିଭିନ୍ନ ଅଂଚଳରେ ମୁଣ୍ଡ ଟେକିଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖୀ ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଗୁଡିକରେ ଚଢାଉ କରିବା ନିମନ୍ତେ ଗଞ୍ଜାମ ଏସପି ବିଭିନ୍ନ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଥାନା ଅଧିନସ୍ଥ ସୁନ୍ଦରପୁର ଓ ବ୍ରାହ୍ମଣିଆପଲ୍ଲୀ ଗ୍ରାମରେ ଚାଲିଥିବା ଦୁଇଟି ଜୁଆ ଆଡ୍ଡା ଉପରେ ପୋଲିସ୍ ଚଢାଉ କରି ୧୩ ଜଣ ଜୁଆଡି ମାନଙ୍କୁ ଗିରଫ୍ କରିଛି । ଏହା ସହିତ ସେମାନଙ୍କ ଠାରୁ ୩୬୯୫୦ ଟଙ୍କା ଜବତ କରିଛି । ଦୁଇଟି ମାମଲା ରୁଜୁ କରି ଗିରଫ୍ ଜୁଆଡି ମାନଙ୍କୁ ୪୧ ରେ ଛାଡିଥିବା ସୂଚନା ମିଳିଛି । କୌଣସି ସୁତ୍ର ରୁ ଖବର ପାଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସବ ଇନସିପେକ୍ଟର ସିଲୁ ଧଲଙ୍କ ନେତୃତ୍ୱରେ ଥାନାର ଏକ ଟିମ୍ ଦୁଇଟି ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ସେଠାରେ ଜୁଆଡି ମାନଙ୍କୁ ଗିରଫ୍ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୩୬୯୫୦ ଟଙ୍କା ଜବତ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।


