ଭାରତୀୟ ପୂର୍ବତନ ସେନାନୀ ସଂଘ ପକ୍ଷରୁ ବାୟୁସେନା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ପୂର୍ବତନ ସେନାନୀ ସଂଘ ବାଲେଶ୍ୱର ଶାଖା ପକ୍ଷରୁ ବାୟୁସେନା ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବିତରଣ କରାଯାଇଛି । ସଂଘର ସଭାପତି କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର, ସଂପାଦକ ଆନନ୍ଦ ଚନ୍ଦ୍ର ବରାଲ, ସହସଂପାଦକ ହେମନ୍ତ କୁମାର ଭୂୟାଁ, ଉପଦେଷ୍ଟା ଜୟନ୍ତ କୁମାର ସାହୁ ଏବଂ ଅନ୍ୟ ସଭ୍ୟବୃନ୍ଦ ଯଥା ଯଦୁନାଥ ସାହୁ, ପ୍ରଦୀପ କୁମାର ବେହେରା, ଅଭୟ ଲାଲ୍ ପାତ୍ର, କିଶୋର ଚନ୍ଦ୍ର ବେହେରା, ବିଶ୍ୱଜିତ୍ ଦାସ, ଦୀନବନ୍ଧୁ ବେହେରା, ହରିହର ରାଉତ, କମଳାକାନ୍ତ ବେହେରା, ଲକ୍ଷ୍ମୀଧର ପ୍ରଧାନ ଆଦି ଉପସ୍ଥିତ ଥିଲେ । ୧୯୩୨ ମସିହା ଆଜି ଦିନରେ ‘ଏୟାରଫୋର୍ସ’ର ପ୍ରତିଷ୍ଠା ହୋଇଥିଲା ଏବଂ ଆଜି ସାରା ପୃଥିବୀରେ ଭାରତୀୟ ବାୟୁସେନା ୪ର୍ଥ ସ୍ଥାନରେ ଅଛି । ଏହା ଏକ ଗୌରବର ବିଷୟ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଖସଶଷଗ୍ଧ ଉକ୍ଟଜ୍ଞଭବଗ୍ଧ ଐରକ୍ଷସମକ୍ଟକ୍ଟ୍ରଗ୍ଧରକ୍ସ ‘ପ୍ରଚଣ୍ଡ’କୁ ବାୟୁସେନାରେ ସାମିଲ କରାଯାଇଛି । ଆଜିର ଦିନରେ ବାୟୁସେନାର ଗୌରବମୟ ଇତିହାସ ସମସ୍ତ ଭାରତୀୟଙ୍କୁ ପ୍ରେରଣା ଦେଇ ଆଗାମୀ ଦିନର ସଂଗ୍ରାମ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ଭାରତୀୟ ପୂର୍ବତନ ସେନାନୀ ସଂଘର ସଭ୍ୟ ନିଜର ଶପଥକୁ ଦୋହରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ