ବ୍ୟାପମ ଘୋଟାଲା, ୩୧ ଅଭିଯୁକ୍ତଙ୍କୁ ଜେଲ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବ୍ୟାପମ ଘୋଟାଲାରେ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଗତ ଗୁରୁବାର ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ ସିବିଆଇର ସ୍ୱତନ୍ତ୍ର ଅଦାଲତ । ଏହି ଘୋଟଲାର ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଦୀପ ତ୍ୟାଗୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଥିବାବେଳେ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି କୋର୍ଟ । ୨୦୧୩ରେ ମଧ୍ୟପ୍ରଦେଶରେ କନ୍‌ଷ୍ଟେବଲ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ଏହି ପରୀକ୍ଷା ବ୍ୟାପମ ଅଧୀନରେ ହୋଇଥିଲା । କନେଷ୍ଟବଳ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ହେରଫେର ଅଭିଯୋଗ ହୋଇଥିଲା । ଦୋଷୀଙ୍କ ମଧ୍ୟରେ ୧୨ ଜଣ ପରୀକ୍ଷାର୍ଥୀ, ୧୨ ଜଣ ନକଲି ପରୀକ୍ଷାର୍ଥୀ ଓ ୭ ଜଣ ଦଲାଲ ରହିଛନ୍ତି ।
ଏହି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ବଦଳରେ ନକଲି ପରୀକ୍ଷାର୍ଥୀ ଆସି ପରୀକ୍ଷା ଦେଇଥିଲେ । ପ୍ରଥମେ ଏହି ଦୁର୍ନୀତି ମାମଲାକୁ ନେଇ ମଧ୍ୟପ୍ରଦେଶର ରାଜେନ୍ଦ୍ର ନଗର ଥାନାରେ ମାମଲା ଦାୟର ହୋଇଥିଲା । ପରେ ତଦନ୍ତ ଦାୟିତ୍ୱ ଏସଟିଏଫକୁ ଦିଆଯାଇଥିଲା । ହେଲେ ସୁପ୍ରିମକୋର୍ଟ ଏହି ମାମଲାରେ ହଠାତ୍ ହସ୍ତକ୍ଷେପ କରି ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଏହାପରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ମାମାଲର ଶୁଣାଣି ହେଉଥିଲା । ୨୦୧୪ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଦୀର୍ଘ ୫ ବର୍ଷ ପରେ ଶେଷରେ ରାୟ ଶୁଣାଇଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ