୫୭ ତମ ଖଣି ସୁରକ୍ଷା ସପ୍ତାହ ପାଳିତ

(ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଲୌହଖଣି ପରିଚାଳିତ ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ପ୍ରା.ଲି. ଲୌହ ଖଣିରେ ୫୭ ତମ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିକିଏ ମାଇନ୍ସର ଚକ୍ରଧର ବେହେରା,ରାଇକେଲା ଆଇନ୍ ଔର ମାଇନ୍ସରୁ ବିଚିତ୍ରାନନ୍ଦ ମହାନ୍ତି, ଗୋରୁମହିଷାଣୀ ମାଇନ୍ସର ବିକାଶ ରଂଜନନାୟକ,ଆର କେ ଜେନା , ଶମ୍ଭୁନାଥ ଅଗ୍ରୱାଲ,ଅନୁପ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ । ଖଣି ସୁରକ୍ଷା ପାଇଁ ଖଣି ଏବଂ ସୁରକ୍ଷା ସମ୍ବନ୍ଧୀୟ ଆକର୍ଷଣୀୟ ପ୍ରଦର୍ଶନୀ ଦ୍ୱାରା ଲୋକମାନଙ୍କୁ ସଚେତନ କରାଯାଇଥିଲା । ଖଣି ସୁରକ୍ଷା ପାଇଁ କମ୍ପାନୀ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସିନିଅର ଏବଂ ଜୁନିଅର ଗ୍ରୁପରେ ଚିତ୍ରାଙ୍କନ,କୁଇଜ୍, ବକ୍ତୃତା ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଖଣିରେ କାର‌୍ୟ୍ୟରତ ବିଭିନ୍ନ ସ୍ଥାନରେ ନିଷ୍ଠାପର କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ପରେ ଖଣି ସୁରକ୍ଷା ନେଇ ଏକ ସଚେତନ ମୁଳକ ନାଟକ ପରିଚାଳନା କରାଯାଇଥିଲା । ତଦସହ ମେଘନାଦ ‌ ହେମ୍ବ୍ରମଙ୍କ ‘ସାଂସ୍କୃତିକ ଅନୁଷ୍ଠାନ’ସଂଗୀତ ନାଟ୍ୟ ଶିକ୍ଷା କେନ୍ଦ୍ର’ଆନୁକୁଲ୍ୟରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । କାର‌୍ୟ୍ୟକ୍ରମ ଶେଷରେ ମେନେଜର ବିକାଶ ରଂଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ