କେଶ ପାଚିବାର କାରଣ

ଆଜିକାଲି ଅପରିପକ୍ୱ ବୟସରେ କେଶ ପାଚିବା ସାଧାରଣ କଥା ହୋଇଗଲାଣି । ମଣିଷଙ୍କ ମୁଣ୍ଡରେ ଲକ୍ଷ ଲକ୍ଷ ସଂଖ୍ୟାରେ କେଶ ଥାଏ ଓ ତାହା କ୍ରମଶଃ ବଡ଼ ହୋଇଥାଏ । ମୁଣ୍ଡର କଠିନ ଆବରଣ ତ୍ୱଚାରେ ଥିବା ସୂକ୍ଷ୍ମ ଛିଦ୍ର “ଫଲିକସ୍‌’ରୁ ଏହା ବାହାରେ । ଗୋଟିଏ ବର୍ଷରେ କେଶ ୨୫ ସେଣ୍ଟିମିଟର ପର୍ଯ୍ୟନ୍ତ ଥାଏ । ବୟସ ସହିତ ଶରୀରର ବୃଦ୍ଧି ହୋଇଥାଏ ଏବଂ ତାହା ଏକ ସୀମାରେ ଉପନୀତ ହୋଇଥାଏ । କିନ୍ତୁ କେଶର କୌଣସି ସୀମା ନଥାଏ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ର୍ଦୈଘ୍ୟ ପର୍ଯ୍ୟନ୍ତ ବୃଦ୍ଧିପ୍ରାପ୍ତ ହେଲାପରେ ଆପେ ଝଡ଼ିପଡ଼େ ଓ ତା’ ସ୍ଥାନରେ ନୂଆ କେଶ ଉଠିଥାଏ । ମଣିଷର ବୟସ ବଢ଼ିବା ସହିତ କେଶଗୁଡ଼ିକ ଧଳା ହେବାରେ ମଧ୍ୟ ଲାଗିଥାଏ । ଯାହାଦ୍ୱାରା ଆମେ ଜାଣିପାରୁ ଯେ ଆମର ବୃଦ୍ଧାବସ୍ଥା ଆସିଲାଣି । କାରଣ ଏହି ସମୟରେ ଶରୀରର “ମେଲାନିନ୍‌’ ତିଆରି ହେବା ବନ୍ଦ ହୋଇଯାଏ । ଏହା ଏକ ରଙ୍ଗ ପ୍ରଦାନକାରୀ ଦ୍ରବ୍ୟ । ଏହା ଯୋଗୁଁ କେଶ କଳା ହୋଇଥାଏ । ବୟସ ବଢ଼ିଲେ କେଶ ବଢ଼େ । କିନ୍ତୁ ମେଲାନିନ୍‌ର ଅଭାବ ଦେଖାଯାଏ । ହେଲେ ଏବେ ଯୁବାବସ୍ଥାରେ ମଧ୍ୟ କିଛି ଲୋକଙ୍କର କେଶ ପାଚିବା ଦେଖିବାକୁ ମିଳୁଛି । ଏହାର ବିଭିନ୍ନ କାରଣ ରହିଛି । ବଂଶଗତ ପ୍ରଭାବ, ଅତ୍ୟଧିକ ଦୁଃଖ, ଚିନ୍ତା, କୁପୋଷଣ ଇତ୍ୟାଦି ଏହାର ମୁଖ୍ୟ କାରଣ । ରଙ୍ଗ ପ୍ରଦାନକାରୀ ମେଲାନିନ୍ ସୃଷ୍ଟିହେବା କମିଗଲେ ବା ନଷ୍ଟ ହୋଇଗଲେ ଏପରି ଘଟିଥାଏ । ଏଥିରୁ ମୁକ୍ତି ପାଇଁ ବଜାରରେ ବିଭିନ୍ନ ପ୍ରକାରର ତେଲ, କ୍ରିମ୍ ଓ ଜେଲ୍ ଆଦି ଏବେ ଉପଲବ୍ଧ ହେଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ