“ସଖୀ”ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ “ସଖୀ”ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ସଖୀ”ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୁରକ୍ଷା ଅଧିକାରୀ କେ.ସୁନିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନ ଦିବସ ଉପରେ ଆଲୋଚନା କରିଥିଲେ। କିଶୋରୀ ବାଳିକା ମାନଙ୍କର ଅଦ୍ୱିକା ବିଷୟରେ ସମ୍ପୃକ୍ତ ଭାବରେ ଆଲୋଚନା କରିଥିଲେ। “ସଖୀ”ୱାନ୍ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ନାୟକ ବର୍ତ୍ତମାନର ସମୟ ”ଆମ ଅଧିକାର ଆମର ସମୟ” ସମ୍ପର୍କରେ ବର୍ଣ୍ଣନା କରିବା ସହ ବାଲ୍ୟବିବାହ , କନ୍ୟାଭୃଣ ହତ୍ୟା ବିଷୟରେ ଉପସ୍ଥିତ ବାଳିକା ମାନଙ୍କୁ ବୁଝାଇଥିଲେ।ଅନିତା ମିଶ୍ର ବାଳିକା ମାନଙ୍କର ଶିକ୍ଷା , ସ୍ବାସ୍ଥ୍ୟ , ପୋଷଣ ଓ ଆଇନଗତ ଅଧିକାର ଉପରେ ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏସ୍.କିରଣ , ଶିକ୍ଷୟତ୍ରୀ ପ୍ରଶାଦିନୀ ବେବର୍ତ୍ତା ଓ ”ସଖୀ”ୱାନ୍ ଷ୍ଟପ୍ ସେଣ୍ଟରର ସୁନିତା ରଥ , ନିରୁପମା ଜେନା , ପି.ପୁଷ୍ପାଲତା , ଦିବ୍ୟ କୁମାର ସୁଆରଙ୍କ ସମେତ ବିଦ୍ୟାଳୟର ୧୦୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ମଧୁସ୍ମିତା ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ନିକଟରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ