ଫୁଲବାଣୀ ପଞ୍ଚାୟତ ସମିତିର ସାଧାରଣ ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବ୍ଲକ ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିବା ନିତାନ୍ତ ଆବଶ୍ୟକ। ଉଭୟଙ୍କ ମଧ୍ୟରେ ସବୁ ଠିକ୍‌‌ ଚାଲିଲେ ଲୋକେ ଉପକାର ପାଇ ପାରିବେ ଓ ଅଞ୍ଚଳର ମଧ୍ୟ ବିକାଶ ହୋଇ ପାରିବ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଫୁଲବାଣୀ ପଞ୍ଚାୟତ ସମିତିର ସାଧାରଣ ବୈଠକରେ ଯୋଗଦେଇ ସାଂସଦ ଏହି ମତ ଦେଇଥିଲେ। ନିର୍ବାଚିତ ଲୋକ ପ୍ରତିନିଧିମାନେ ଲୋକଙ୍କ ସାହାରା। ତେଣୁ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଛନ୍ତି ସାଂସଦ। ଏହି ଅବସରରେ ୯୪ ଜଣଙ୍କୁ ବିଭନ୍ନ ପ୍ରକାର ଭତ୍ତା ପ୍ରଦାନ କରାଯିବା ସହିତ ୧୧ ଜଣଙ୍କୁ ଅନ୍ତୋଦୟ ଅନ୍ନ ଯେଜାନାରେ କାର୍ଡ଼, ୧୨ ଜଣଙ୍କୁ ଜାତୀୟ ପରିବାର କଲ୍ୟାଣ ଯେଜାନା ସହାୟତା ପ୍ରଦାନ କରାଯାଇଥିଲା। ବୈଠକରେ ବ୍ଲକ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଦିଗାଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ