ତିତିଲି ମହାବାତ୍ୟା କୁ ଚାରିବର୍ଷ ବିତିଛି ହେଲେ ଆଜିବି ମନରୁ ଜାଇନି ଲୋକଙ୍କ ମନରୁ ବାତ୍ୟାର ହୃଦୟ ବିଦାରକ ଦୃଶ୍ୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବାତ୍ୟାର ଅନେକେ ଧନ ଜୀବନ ଓ ପରିଜନଙ୍କୁ ହରାଇ ବାସହରା ହୋଇଥିଲେ । ହେଲେ ଆଜିବି ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳରେ ୨୪ ପରିବାର ବାସହରା ହୋଇ ସ୍କୁଲ ଘରେ ସେହି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳିରେ ଆଶ୍ରୟ ନେଇ ରହିଛନ୍ତି । ପୌରପାଳିକା ଓ ଜିଲ୍ଳା ପ୍ରଶାସନ ପ୍ରତିଶୃତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି କିନ୍ତୁ ବାସହରା ପରିବାରକୁ ମିଳି ପାରିନାହିଁ ବାସଗୃହ ୨୦୧୮ ଅକ୍ଟୋବର ମାସରେ ହୋଇଥିବା ପ୍ରକୃତିର ତାଣ୍ଡବ ତିତିଲି ମହାବାତ୍ୟାର କରାଳ ରୂପକୁ ଚାରି ବର୍ଷ ପରେବି ଭୁଲି ପାରୁ ନାହାନ୍ତି । ବାତ୍ୟାରେ ଜିଲ୍ଲାର ଅନେକ କ୍ଷୟକ୍ଷତି ହେବାସହ ବହୁ ଧନଜୀବନ ନଷ୍ଟ ହୋଇଥିଲା, ଅନେକ ବାସହରା ହୋଇଥିଲେ । ପରବର୍ତୀ ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତି ପୂରଣ ସାଙ୍ଗକୁ ସ୍ବତନ୍ତ୍ର ସହାୟତା ରାଶି ମଧ୍ୟ ପ୍ରଦାନ ନିମନ୍ତେ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଆସିଥିଲା , କିନ୍ତୁ ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ରେଳବାଇ ନିକଟ ବସ୍ତି ଅଞ୍ଚଳର ୨୪ ଟି ପରିବାର ଆଜିବି ବାସହରା ହୋଇ ତିତିଲି ବାତ୍ୟା ସମୟରେ ଦିଆଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବାକୁ ବାଧ୍ୟ ହେଉଛନ୍ତି । ପୌରପାଳିକା ର ୩ ନମ୍ବର ୱାର୍ଡରେ ଥିବା ଅରବିନ୍ଦ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଏହି ବାସହରା ଙ୍କ ଆଶ୍ରୟ ସ୍ଥଳୀ । ବାତ୍ୟାପରେ ସମସ୍ତ ପରିବାରକୁ ଗୃହ ଯୋଗାଇ ଦେବାପାଇଁ ପ୍ରଶାସନ ଓ ପୌରପାଳିକା ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ପ୍ରତିଶୃତି ପତ୍ର ଓ ବାସଗୃହ ପାଇବା ଯୋଗ୍ୟ ପତ୍ର ମଧ୍ୟ ଲୋକଙ୍କୁ ଦିଆଯାଇଛି ମାତ୍ର ଚାରି ବର୍ଷ ପରେବି ବାସଗୃହ ନପାଇ ବାସହରା ହୋଇ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି । ବର୍ଷା ଦିନେ ସ୍କୁଲ ଘରେ ଗୋଟିଏ ବଖରାରେ ୨୪ ପରିବାରର ୬୦ ରୁ ଅଧିକ ସଦସ୍ୟ ଚଳିବା ବହୁ କଷ୍ଟ ହୋଇପଡିଛି । ଏପଟେ ଛାତରୁ ପାଣି ଗଳୁଛି । ଜବାନ ଝିଅ, ଛୋଟ ପିଲାଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ସମୟ କଟାଉଛନ୍ତି ବସ୍ତି ବାସିନ୍ଦା ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ହତାଶ ହେଲେଣି କେହିଜଣେ ଗୁହାରି ଶୁଣୁନଥିବା ଅଭିଯୋଗ କରିଛନ୍ତି। ଏମିତି କି ୪ବର୍ଷ ମଧ୍ୟରେ ଗୃହ ପାଇବା ଆଶାରେ ସ୍କୁଲ ଘରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ଅନେକ ନିଜ ଶେଷ ନିଶ୍ୱାସ ତ୍ୟାଗ କରିସାରିଲେଣି ।ତିତିଲି ବାତ୍ୟାର ପରବର୍ତ୍ତୀ ସ୍ଥିତିରେ ଅନେକ ବାସଗୃହ ହରାଇଥିବା ଲୋକେ ବାସଗୃହ ପାଇଛନ୍ତି ଓ କିଛି ଅଯୋଗ୍ୟ ବ୍ୟକ୍ତି ସରକାରୀ ବାବୁଙ୍କୁ ସାଲିସ କରି ବାସ ଗୃହ ହାତେଇଛନ୍ତି । ହେଲେ ବାତ୍ୟା ଆଶ୍ରୟ ସ୍ଥଳୀରେ ବର୍ଷ ବର୍ଷ ଧରି ଆଶ୍ରୟ। ନେଇ ରହିଥିବା ବାସହରା ଲୋକଙ୍କ କଥା କାହିଁକି ବିଚାର କରୁନାହାନ୍ତି ପ୍ରଶାସନିକ ଅଧିକାରୀମାନେ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ପାରଳାଖେମୁଣ୍ଡି ପୈାରପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି ଜାଗା ମିଶନ ଜରିଆରେ ସେମାନଙ୍କ ନିମନ୍ତେ ଜାଗା ଚିହ୍ନଟ କରାଯାଇଛି ଯଥା ଶୀଘ୍ର ଅନ୍ୟତ୍ର ଥଇଥାନ କରାଯିବ ପ୍ରଶାସନ ର ପ୍ରତିଶୃତି ପାଣିର ଗାର ପାଲଟିଛି, ବସ୍ତି ବାସିନ୍ଦା ଘର ଖଣ୍ଡେ ପାଇଁ ଦୈାଡି ଦୈାଡି ନୟାନ୍ତ ହେଲେଣି , ପ୍ରଶାସନ ଦେଇଥିବା ପ୍ରତିଶୃତି କେବେ ପାଳନ କରୁଛନ୍ତି ଆଉ ବସ୍ତି ବାସିନ୍ଦାଙ୍କ ଦୁଃଖ କେବେ ଦୁର ହେଉଛି ତାକୁ ହିଁ ଅପେକ୍ଷା।


