କାର-ବାଇକ ମୁହାଁମୁହିଁ ଧକ୍କା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ୩ ନମ୍ବର ଅଡ଼ାପଙ୍କା ୩୨୬ ନମ୍ବର ଜାତୀୟ ରାଜପଥ ବୁଲାଣିରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି l ଏହି ଦୁର୍ଘଟଣାରେ ବାଇକ ଚାଳକ ମୋହନାର ସଞ୍ଜିବ ବୀର (୫୦) ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଛନ୍ତି। ବୀର ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଯ।ଥେଲିକ ଚ଼ର୍ଚ୍ଚର ମୁଖ୍ୟ ଯାଜକ ଅଛନ୍ତି। ସେ କୌଣସି କାମରେ ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମକୁ ନିଜ ବାଇକ ନଂ ଓଆରଠ୭ଏମ୧୮୮୯ ଯୋଗେ ଯାଇ ଅପରାହ୍ନରେ ମୋହନା ଫେରୁଥିବା ବେଳେ ଅପରପାର୍ଶ୍ୱ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଗୁଣୁପୁରକୁ କାର ନଂ ଓଡିଠ୭ କ୍ୟୁ ୬୫୬୬ ଯୋଗେ ଚାଳକ ଗୋପାଳ ରାଓ ଯାଉଥିଲେ। ଜାତୀୟ ରାଜପଥ ୩୨୬ (୩ ନମ୍ବର-ଅଡାପଙ୍କା ଗ୍ରାମ) ବୁଲାଣି ଠାରେ କାର ଓ ବାଇକ ମଧ୍ୟରେ ମୁହାଁମୁହିିଁ ଧକ୍କା ହୋଇଥିଲା। ଯାହାଫଳରେ ବାଇକ ଚାଳକ ସଂଜୀବ ବୀର ଗାଡିରୁ ରାସ୍ତା କଡକୁ ଛିଟିକି ପଡିଯାଇଥିଲେ।ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ଡାହାଣ ଗୋଡଟି ସଂପୂର୍ଣ୍ଣ ଭାଙ୍ଗିଯାଇଛି। ସେଠାରୁ ଏକ ଅଟୋ ଯୋଗେ ସଂଜୀବଙ୍କୁ ମୋହନା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ପଠାଯାଇଛି। କାର ଚାଳକ ରାଓଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ଗୋଟିଏ ଗାଈ ଗୋଡ଼ ଭଙ୍ଗା ଅଵସ୍ଥାରେ ପଡିରହି ଛଟପଟ ହେଉଛି। ତଥାପି ଏଥିପ୍ରତି କାହାର ନଜର ପଡ଼ୁ ନାହିଁ l ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ