ପଦଯାତ୍ରାରେ ବରିଷ୍ଠଙ୍କୁ ସମ୍ମାନ

ବୁଗୁଡା (ଅନିଲ କୁମାର ମହାରଣା):ଅକ୍ଟୋବର ୧୫ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୁଗୁଡା ବ୍ଲକର ମାଣିତରା, ଶଙ୍କରୁ ଓ ଗୋଳାବନ୍ଧ ଗ୍ରାମ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜନସମ୍ପର୍କ ପଦଯାତ୍ରା ମାଣିତରା ଗ୍ରାମ ପଞ୍ଚାୟତର ନଗୁଡୁ ଗ୍ରାମରୁ ଆରମ୍ଭ ହୋଇଥିବା ବେଳେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହାର ନେତୃତ୍ୱ ନେଇଥିଲେ। ଶ୍ରମ ମନ୍ତ୍ରୀ ପ୍ରତ୍ୟେକ ଗ୍ରାମରେ ଆୟୋଜିତ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଜନମଙ୍ଗଳ ଯୋଜନା ବିଷୟରେ ଲୋକକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବା ସହ ସମସ୍ତେ ତାହାର ସୁଯୋଗ ନେବାକୁ ଅନୁରୋଧ କରିଥିଲେ। ହେଲେ ଶନିବାରର ଏହି ପଦଯାତ୍ରାରୁ ବରିଷ୍ଠ ନାଗରିକଙ୍କୁ କିପରି ସମ୍ନାନ ଦିଆଯାଏ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ବୁଗୁଡା ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରାଙ୍କ ଠାରୁ ସମସ୍ତେ ଶିକ୍ଷାଲାଭ କରିବା ଆବଶ୍ୟକତା ରହିଛି। ମାଣିତରା ପଞ୍ଚାୟତର ନଗୁଡୁ ଗ୍ରାମରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ମନ୍ତ୍ରୀଙ୍କ ଏକ ଭଲ ଗୁଣ ହେଲା ପ୍ରତ୍ୟେକ ଗ୍ରାମକୁ ଗଲେ ଉଚ୍ଚନୀଚ, ଧନୀଗରିବ ଭେଦଭାବ ନରଖୀ ପ୍ରତ୍ୟେକ ବରିଷ୍ଠ ବ୍ୟକ୍ତିଙ୍କୁ ନମସ୍କାର କରିଥାନ୍ତି। ନଗୁଡୁ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ନମସ୍କାର କଲାପରେ ବୃଦ୍ଧା ଜଣଙ୍କ କିଛି କହିବା ପରେ ତାଙ୍କ ନିକଟରେ ତଳେ ବସି ବୃଦ୍ଧାଙ୍କ ଆଣ୍ଠୁରେ ହାତ ରଖି ମାଆ ପୁଅର ସମ୍ପର୍କ ସଦୃଶ୍ୟ କଥାବାର୍ତ୍ତା ହୋଇଥିଲେ। ଏହାଥିଲା ବରିଷ୍ଠଙ୍କୁ ସମ୍ମାନ ପାଇଁ ଏକ ଉଦାହରଣ। ଦ୍ଵିତୀୟଟି ହେଲା ବେତାରସିଂ ଗ୍ରାମରେ ପଦଯାତ୍ରା ଉପଲକ୍ଷେ ସଭାର ଦୃଶ୍ୟ। ବେତାରସିଂ ଗ୍ରାମର ମନ୍ତ୍ରୀ ଭାଷଣ ଦେବା ସମୟରେ ଜଣେ ବୟସ୍କ ବୃଦ୍ଧ ବ୍ୟକ୍ତି ମନ୍ତ୍ରୀଙ୍କୁ କିଛି କହିବାକୁ ସଭା ସ୍ଥଳୀକୁ ଯାଇଥିଲେ। ବୃଦ୍ଧ ଜଣଙ୍କ ଭଲ ଭାବେ ଛିଡା ହୋଇପାରୁନଥିଲେ। ଏହି ଦୃଶ୍ୟ ଦେଖି ବୁଗୁଡା ବ୍ଲକ ବିଜେଡି ସଭାପତି ନିଜ ଚେୟାରରୁ ଉଠି ବୃଦ୍ଧଙ୍କୁ ସେହି ସ୍ଥାନରେ ବସାଇଥିଲେ ଏବଂ ସଭା ଶେଷ ପର୍ଯ୍ୟନ୍ତ ଛିଡା ହୋଇରହିଥିଲେ। ଫୋଟୋରୁ ସମସ୍ତେ ଜାଣିପାରୁଥିବେ, ସଭାପତି ଶ୍ରୀ ଦୋରାଙ୍କ ବୟସ ମଧ୍ୟ ପ୍ରାୟ ୭୦ ବର୍ଷ ହୋଇଥିବା। ଏଥିରୁ ମଧ୍ୟ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ ଯେ ବରିଷ୍ଠ ନାଗରିକ ମାନଙ୍କୁ କିପରି ସମ୍ମାନ ଦେବା ଉଚିତ। ପଦଯାତ୍ରାରେ ମନ୍ତ୍ରୀଙ୍କ ସହ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ୪୩ ନଂ ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ସାଂସଦ ପ୍ରତିନିଧି କବିରାଜ ଗୌଡ଼ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଦଳୀୟ କର୍ମୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ