ପୋଲସରା ସାଇନ୍ସ କଲେଜ ଗଭର୍ଣ୍ଣିଙ୍ଗି ବଡି ମିଟିଙ୍ଗ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଗଭର୍ଣ୍ଣିଙ୍ଗି ବଡି ବୈଠକ ଅକ୍ଟୋବର ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅତିଥିଭାବେ ଯୋଗ ଦେଇଥିଲେ। ବୈଠକରେ ଗଭର୍ଣ୍ଣିଙ୍ଗି ବଡି ସଭାପତି ଦୁର୍ଗା ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଦିବାକର ମିଶ୍ର ସ୍ୱାଗତ ଭାଷଣ ସହ ବୈଠକର କାର୍ଯ୍ୟସୂଚୀ ବିଷୟରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ମହାବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା ହେବା ସହ କଲେଜରେ ସ୍ନାତକୋତ୍ତର (MA ଓ MSc) ବିଭାଗ ଖୋଲିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈଠକରେ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଷ୍ଟାପ ପ୍ରତିନିଧି ଅଧ୍ୟାପକ ବାଲାଜି ପାତ୍ର, ଅଧ୍ୟାପିକା ଡ଼ଃ ରୋଜିତା ମିଶ୍ର ଓ ଅଧ୍ୟାପକ ହୃଷିକେଶ ଦାଶ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ