ଶିକ୍ଷାବିତ୍ ସ୍ୱର୍ଗତ ରମେଶ ସ୍ୱାଇଁଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ୧୩ତମ ଶ୍ର।।ଦ୍ଧ ବାର୍ଷିକ ଉତ୍ସବ ଟିଲୋ ତାଳପଦାସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ଟାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର, ପୂର୍ବାହ୍ନ ୧୧ଟାରେ ପିଲାଙ୍କ ଜଣାଅଜଣା କାର୍ଯ୍ୟକ୍ରମ ଓ ଅପରାହ୍ନ ୨ଟାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରମେଶ ସାରଙ୍କ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଲୋ ଆଥଲେଟିକ୍ ଆସୋସିଏସନର ଉପଦେଷ୍ଟା ତଥା ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡଃ.ମନ୍ମଥ ରାଉଳଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ମୁଖ୍ୟ ବକ୍ତା ବିଶିଷ୍ଟ ସାମ୍ବାଦିକ ରବି ଦାସ, ବିଶିଷ୍ଟ ଅତିଥି ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ୱାକ୍ ଅଫ ବୋର୍ଡର ପୂର୍ବତନ ରାଜ୍ୟ ସଂପାଦକ ସେକ୍ ଜଲାଲଉଦ୍ଦୀନ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ରାଜ କିଶୋର ଆଚାରୀ, ଭଦ୍ରକ ବାଳିକା ହାଇସ୍କୁଲର ଶିକ୍ଷକ ତଥା ପୂର୍ବତନ ଛାତ୍ର ମନୋଜ କୁମାର ସାହୁ ଯୋଗ ଦେଇ ସମାଜକୁ ଆଗେଇ ନେବାରେ ଶିକ୍ଷକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏଥିରେ ରମେଶ ସାର ସ୍ମୃତି ସଂସଦର ସଭାପତି ମନମୋହନ ସାହୁ, ଟିଲୋ ଆଥଲେଟିକ୍ ଆସୋସିଏସନର ସଂପାଦକ ଅସିତ କର ସହଯୋଗ କରିଥିଲେ । ଦାତବ୍ୟ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରକୁ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭଦ୍ରକସ୍ଥିତ ସାଳନ୍ଦୀ ହସପିଟାଲର ଚେୟାରମେନ ଡା.ପ୍ରଭାସ ମହାନ୍ତି ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରେ ୧୮୪ ଜଣ ରୋଗୀ ପରୀକ୍ଷା କରିଥିଲେ । ଡାକ୍ତର ପ୍ରଭାସ ମହାନ୍ତି, ଡାକ୍ତର କୁନ୍ତଳା ମିଶ୍ର ପରୀକ୍ଷଣ କରିଥିଲେ । ଏହି ଅବସରରେ ଚଳିତ ହାଇସ୍କୁଲ ପରୀକ୍ଷାରେ ଟିଲୋ ହାଇସ୍କୁଲରେ ଟପର ହୋଇଥିବା ଛାତ୍ରୀ ପ୍ରିୟଦର୍ଶନୀ ଦାଶ, ଜଣାଅଜଣା କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର କୁଳଦୀପ ଜେନା ପ୍ରଥମ, ଗଣିଜାଙ୍ଗସ୍ଥିତ ନେହେରୁ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ମଧୁସ୍ମିତା ନାୟକ ୨ୟ, ଶିଆଳିଆ ହାଇସ୍କୁଲର ଛାତ୍ରୀ ସାଇପ୍ରଜ୍ଞା ନାୟକ, ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇଣ୍ଟରନେସନାଲ ସ୍କୁଲର ଛାତ୍ର ଦେବୀ ପ୍ରସାଦ ମହାନ୍ତିଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ମାୟାଧର ପାତ୍ର, ଅସିତ କର, ସ୍ମୃତି ରଞ୍ଜନ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ସେକ୍ ଅବଦୁଲ ସଲୀମ, ପଞ୍ଚାନନ ଜେନାଙ୍କ ଦ୍ୱାରା ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାଶ, ଆନ୍ତର୍ଜାତିକ ଖ୍ୟାତିସମ୍ପର୍ଣ୍ଣ ଚିକିତ୍ସକ ଡା.ପ୍ରଦୀପ ସେଠୀ, ଚଳିତ ବର୍ଷ ଲଣ୍ଡନ ଠାରେ ଅନୁଷ୍ଠିତ କମନ ୱେଲଥ୍ ଗେମ୍‌ର ରୋପ୍ୟ ବିଜେତା ରାଖାଲ ସେଠୀ, ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ସଫଳତା ହୋଇଥିବା ସଞ୍ଜୀବ ନାୟକ, ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଶିକ୍ଷାବିତ୍ ତଥା ସଫଳ ଚାଷୀ ଉଦୟନାଥ କରଙ୍କ ସମେତ ସ୍ଥାନୀୟ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ବିଶିଷ୍ଟ ଅତିଥିଙ୍କୁ ସମ୍ମାନୀତ କରାଯାଇଥିଲା । ଇ.ଲକି ମାଷ୍ଟର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଧାକର ଧଳ, ରମାକାନ୍ତ ପାଣିଗ୍ରାହୀ, ସଞ୍ଜୟ କୁମାର ମଜୁମଦାର, ସନ୍ତୋଷ ଧଳ, ମାଧବ ବିଶ୍ୱାଳ, ପର୍ଶୁରାମ ସାହୁ, ଧନେଶ୍ୱର ଧଳ, ଅର୍ଜ୍ଜୁନ ପାଣିଗ୍ରାହୀ, ମନୋଜ ସାହୁ, ମନୋଜ ଜେନା, ପ୍ରଭାସ ସ୍ୱାଇଁ, ଗୋବିନ୍ଦ ଧଳ, ସୁବ୍ରତ ପୃଷ୍ଟିଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ