ଯଶୋବନ୍ତପୁରରେ ଅଗ୍ନିକାଣ୍ଡ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ଯଶୋବନ୍ତପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ତିନି ବଖରା ଘର ଜଳିଯିବା ସହିତ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ଧନ ସମ୍ପତ୍ତି ପୋଡି ଭଷ୍ମୀଭୁତ ହୋଇ ଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ନାରାୟଣ ସାହୁଙ୍କ ପରିବାର ଲୋକେ ଗତକାଲି ରାତିରେ ଖାଇ ପିଇ ଶୋଇଥିବାବେଳେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ପରିବାର ଲୋକେ ନିଜ ଜୀବନ ବିକଳରେ ପ୍ରାଣବଞ୍ଚାଇ ଘରୁ ବାହାରକୁ ପଳାଇ ଆସିଥିବାବେଳେ ଘର ଭିତରେ ଥିବା ଗ୍ୟାସ ଟାଙ୍କି ଓ ଗୋଟିଏ ଟିଭିକୁ ଗାଁ ଲୋକେ ଉଦ୍ଧାର କରିଥିବାବେଳେ ଆଉ କିଛି ଉଦ୍ଧାର କରିପାରି ନଥିଲେ । ଘରେଥିବା ଧାନ, ଚାଉଳ, ସୁନା,ରୁପା ସମେତ ନଗଦ ଟଙ୍କା ଓ ସମସ୍ତ ଗୃହଉପକରଣ ସାମଗ୍ରୀ କେଇଟା ମିନିଟି ଭିତରେ ପୋଡି ଭଷ୍ମୀଭୁତ ହୋଇଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।