କାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ମାସ ୨୪ ତାରିଖ କାର୍ତ୍ତିକ ମାସ କୃଷ୍ଣପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି ଅବସର ରେ ନିମାପଡ଼ା ବ୍ଲକ ଭୋଦର ଗ୍ରାମରେ ଓ ନିକଟସ୍ଥ ରତନପୁର ର ପୋଡ଼ପଡା ଠାରେ ମା କାଳୀ ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ ।ବର୍ଷ ସାରା ଏହି ପୀଠରେ ମା ଦକ୍ଷିଣ କାଳୀ ଙ୍କ ପଟ୍ଟି ପୂଜା ପାଇଥାନ୍ତି । ପବିତ୍ର ଅମାବାସ୍ୟା ତିଥି ରେ ମା ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ ।ଗତ ଦୁଇ ବର୍ଷ ଧରି ପ୍ରଶାସନ ତରଫରୁ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ମାନେ ମା ଙ୍କ ଦର୍ଶନ କରିପାରିନଥିଲେ ।ମାତ୍ର ମା ଙ୍କ ପୂଜା ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଥିଲା ।ତେବେ ଚଳିତ ବର୍ଷ କୌଣସି କଟକଣା ନ ଥିବାରୁ ମା ଦକ୍ଷିଣକାଳୀ ଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହେବ ।ଚଳିତ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥିରେ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଥିଲା ।୨୪ ତାରିଖ ଅଧ ରାତ୍ରରେ ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର ,ଚକ୍ଷୁଦାନ କୁଷ୍ମାଣ୍ଡ ବଳି , ଜୀବନ୍ୟାସ ,ଷୋଡ଼ଶ ଉପଚାର ପୂଜା ବିଧି ,କୋଠଭୋଗ ,କୋଟିଯୋଗିନୀ ,ବଳି,ବଳି ଧୂପ ,ବଡ଼ ସିଂହାର ବେଶ ,ପହୁଡ଼ ,ଶାନ୍ତି ହୋମ ,ପୀଠ ବିସର୍ଜନ ଅନୁଷ୍ଠିତ ହେବ ।୨୫ ତାରିଖ ଗ୍ରହଣ ଯୋଗୁଁ ଭକ୍ତମାନେ ମା ଙ୍କୁ ମନ୍ଦିର ବାହାରୁ ଦର୍ଶନ କରିବେ ।ଗ୍ରହଣ ମୋକ୍ଷ ପରେ ସନ୍ଧ୍ୟା ୬ ଟା ପର ଠାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ ।ଭକ୍ତ ଙ୍କ ଗହଳି କୁ ଆଖି ଆଗରେ ରଖି ଭୋଦର ଠାରେ ଚାରିଛକ ଫାଣ୍ଡି ପକ୍ଷରୁ ଓ ରତନପୁର ପୋଡ଼ପଡା ଠାରେ ନିଆଳି ଥାନା ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯିବ ବୋଲି ଜଣାପଡିଛି ।ଭକ୍ତ ମାନେ କିପରି ମା ଙ୍କୁ ଦର୍ଶନ କରି ଶାନ୍ତି ଶୃଙ୍ଖଳାର ସହ ଯିବେ ସେଥିଲାଗି ଗ୍ରାମବାସୀ ମାନଙ୍କ ସହଯୋଗ ଲୋଡା ଯାଇଛି ବୋଲି ଭୋଦର ର କାଳୀ ପୂଜକ ଘୋଷାଲ ଓ ପୋଡ଼ପଡା ର ମୁଖାର୍ଜୀ ପରିବାର ପକ୍ଷ ରୁ ସୂଚନା ଦିଆଯାଇଛି ।


