ବଜାରରେ ଅପମିଶ୍ରିତ ପନିଅର ଓ କଦଳୀ
ନିମାପଡ଼ା, (ସନ୍ତୋଷ ଦାଶ):ଆଲୋକ ର ପର୍ବ ଦୀପାବଳି ପାଇଁ ବଜାର ରେ ମିଠା , ପନିଅର ଓ ଫଳ ର ଚାହିଦା ବଢ଼ିଯାଇଛି । ଏହାର ସୁଯୋଗ ରେ କିଛି ଅସାଧୁ ବ୍ୟକ୍ତି ନକଲି ଛେନା ଓ ପନିଅର ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଥିବା ବେଳେ କିଛି ଫଳ ବ୍ୟବସାୟୀ କଞ୍ଚା କଦଳୀ କୁ ହଳଦିଆ ରଙ୍ଗ କରିବାକୁ ଓ ପଚାଇବାକୁ ବିଷାକ୍ତ ରାସାୟନିକ ପଦାର୍ଥ ସ୍ପ୍ରେ କରୁଛନ୍ତି। ବଜାରରେ ଏବେ ପ୍ରଚୁର ପରିମାଣରେ ଅପମିଶ୍ରିତ ପନିଅର, ଦହି ଏବଂ ରାସାୟନିକ ସ୍ପ୍ରେ ଦିଆ କଦଳୀ ବିକ୍ରୀ କରଯାଉଛି, ବିବାହ, ବ୍ରତ, ଏବଂ ଭୋଜି ମାନଙ୍କ ରେ ଯେତେ ଅଡର ଦିଆ ଗଲେବି ବେପାରୀ କେମିତି ଦେଇ ପାରୁଛି ବୋଲି ପ୍ରଶ୍ନ ଉଠୁଛି,ସକାଳେ ଅଡର ଦେଲେ ସନ୍ଧ୍ୟାରେ ଅଡର ମୁତାବକ ମିଳି ପାଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦ ଜନକ ବୋଲି ଡାକ୍ତର ମାନେ ମତ ପ୍ରକାଶ କରିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ରେ ବିଭିନ୍ନ ଶୈବପୀଠ ମାନଙ୍କରେ କଦଳୀ ଚକଟା ଭୋଗ ଲାଗି କରିବାର ପରମ୍ପରା ରହିଥିବାରୁ କଦଳୀ ର ବହୁଳ ପରିମାଣରେ ଚାହିଦା ରହିବ। ଏହି ସୁଯୋଗ ରେ ବେପାରୀ ମାନେ ପ୍ରଚୁର ମାତ୍ରାରେ କମ ଦାମ ରେ କଷି ହେଉ , ଅଧା ପାକଳ କଦଳୀ କୁ ଆଣି ରାସାୟନିକ ସ୍ପ୍ରେ ଦ୍ୱାରା ପଚାଇ ବିକ୍ରୀ କରି ଅଧିକ ପରିମାଣରେ ଅର୍ଥ ରୋଜଗାର ପାଇଁ ମସୁଧା କରୁଥିବାନିମାପଡ଼ା,ଖେଲାର , ଚାରିଛକ,କାକଟପୁର, କୁଣ୍ଢେଇ, ଲତାହରଣ, ଅମୂଣିହାଁପାଟଣା, କାକଟପୁର କଲେଜଛକ, ନୟାହାଟ,ଗୋପ, କୋଣାର୍କ ପ୍ରଭୁତି ସ୍ଥାନ ମାନଙ୍କରେ ଦେଖିବାକୁ ମିଳିଛି।ଜନସାଧାରଣ ଶସ୍ତା ରେ ଏବଂ ମାନ ଯୁକ୍ତ ପନିଅର, ଦହି ଖାଇବା ପାଇଁ ବିଭିନ୍ନ ରେଷ୍ଟ୍ୟୁରାଣ୍ଟ ତଥା ବଜାର ମାନଙ୍କରେ ଛତୁ ଫୁଟିଲା ଭଳି ଖୋଲିଥିବା ପନିଅର ଦୋକାନ ରୁ ପନିଅର ଏବଂ ଦହି କିଣିଥାନ୍ତି, କିନ୍ତୁ ସେମାନେ ଜାଣି ପାରୁନାହାନ୍ତି ଯେ, ସେ ଯାହାକୁ ଖାଉଛନ୍ତି ତାହା ମାରାତ୍ମକ ବୋଲି ।ସେହିପରି କଦଳୀ ଏବଂ ବିଭିନ୍ନ ଫଳ ମାନଙ୍କରେ ସ୍ପ୍ରେ ମାରି ଶୀଘ୍ର କଦଳୀ ବିକିବାର ଲୋଭ ଜନସାଧାରଣ ଙ୍କ ଜୀବନ କୁ ବିପଦ ମୁଖା କୁ ଠେଲି ଦେଉଛି, ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଖାଉଟି କଲ୍ୟାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଲା ଭଳି ପ୍ରତ୍ୟୟମାନ ହେଉଛି, ବିଷାକ୍ତ ଖାଦ୍ୟ ଖୁଲମ ଖୁଲା ବିକ୍ରୟ କରାଯାଉଥିଲେ ମଧ୍ୟ ଏହି ଅସାଧୁ ଏବଂ ଅର୍ଥଲିପ୍ସ୍ୟୁ ବ୍ୟବସାୟୀ ଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ଫଳରେ ଏହି ଅସାଧୁ ବ୍ୟବସାୟୀ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ବିଭିନ୍ନ ସଂସ୍ଥା ମାନଙ୍କ ଦ୍ୱାରା ଗୋ ଚାଷୀ ଙ୍କ ଠାରୁ ଦୁଗ୍ଧ କିଣି ବଡ଼ ବଡ଼ କମ୍ପାନୀ ମାନଙ୍କୁ ବିକ୍ରୀ କରାଯାଉଥିବା ବେଳେ ଜନସାଧାରଣ ଅପମିଶ୍ରିତ ପାରସ ପାଉଡର ଯୁକ୍ତ କ୍ଷୀର ଦହି, ପନିଅର, କଦଳୀ ଖାଇ ନାନାଦି ପେଟ ରୋଗର ଶିକାର ହେବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ, ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏହି ଅର୍ଥଲିପ୍ସୁ ଖୋର ବିକାଳୀ ଏବଂ ରାସାୟନିକ ପଦାର୍ଥ ବିକ୍ରୀ କରୁଥିବା ଦୋକାନୀ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଗଲେ ଭବିଷ୍ୟତ ପିଢ଼ି ଙ୍କ ଜୀବନ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ ଏଥିରେ ସନ୍ଦେହ ନାହିଁ। ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


