ଗଞ୍ଜାମ ଜିଲ୍ଲା ପ୍ରାଥମିକ ସଂଘ (ଏକ୍ସ କେଡର) ଓ ଗଣ ଶିକ୍ଷକ ସଂଘର ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କେଡର) ଓ ଗଣ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ସଭାପତି ବିଷ୍ଣୁ ନାରାୟଣ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୮୦ ଜଣ ପ୍ରତିନିଧି ଓ ଜିଲ୍ଲା କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସଂଘର ଦିବଂଗତ ଲକ୍ଷ୍ମଣ ଗୌଡ, କୁଶଧ୍ୱଜ ସେଠୀ ଓ ପ୍ରକାଶ ନାୟକଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ସଭାପତି ମହେଶ୍ୱର ମହାରଣା ଶୋକ ପ୍ରସ୍ତାବ ଆଗତ କରିଥିଲେ । ସେମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଗତ ଦିନ ମାନଙ୍କରେ ଗଣ ଶିକ୍ଷକ ମାନଙ୍କ ସମସ୍ୟା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ଓ ଆଲୋଚନା କରାଯିବା ବିଷୟରେ ସମ୍ପାଦକ ଲଲାଟ କୁମାର ସାହୁ ଜଣାଇଥିଲେ । ସଂଗଠନକୁ ସୁଦୃଢ କରିବା ପାଇଁ ସହ ସମ୍ପାଦକ ଶଙ୍କର ଚରଣ ସାହୁ ସମସ୍ତଙ୍କ ସହ ଯୋଗ କାମନା କରିବା ସହ ଏଥି ନିମନ୍ତେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଓଟିଇଟି ପରୀକ୍ଷାର ଫଳାଫଳ କେବେ ବାହାରିବ ଓ ଏକ୍ସ କ୍ୟାଡର ଉଚ୍ଛେଦ ସମ୍ବଦ୍ଧରେ ଉପସଭାପତି ସୁଧାଂଶୁ ପଟ୍ଟନାୟକ ରାଜ୍ୟ ସଂଘର ସହ ଯୋଗରେ ଏହାର ପ୍ରୟାସ ଜାରି ରହିଛି ଅତିଶୀଘ୍ର ସମାଧାନ ହେବାର ଆଶା ପୋଷଣ କରିଥିଲେ । ଏନପିଏସ ସମ୍ବଦ୍ଧୀୟ ଚିଠି, ଏରିୟର ମିଳିବା ମୋଟ ୪୬୩ ଜଣଙ୍କୁ ସଭାପତି ସୂଚନା ଦେଇଥିଲେ । କିରଣ ଛଟେଇ, ମଧୁ ବିଷୋୟୀ, ନିରୋଜା ରାଣୀ ପାଢୀ, ସିମାଂଚଳ ରାଉତ, ପି. ସଞ୍ଜୀବ ରେଡ୍ଡୀ, ସୁକାନ୍ତ କୁମାର ପ୍ରଧାନ, ସୁନୀଲ କୁମାର ପାଣୀଗ୍ରାହି, ପ୍ରଶାନ୍ତ ସୁବୁଦ୍ଧି, ପ୍ରବିଳା ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହି ନୂତନ ଭାବେ ରେଗୁଲାର ହୋଇଥିବା ପ୍ରମୋଦ କୁମାର ବିଷୋୟୀ, ବିଜୟ ମହାନ୍ତି, ବିଜୟ ମହାନ୍ତି, ପ୍ରଫୁଲ୍ଲ ବିଶ୍ୱାଳ ଓ ଅନ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଯାଇଥିଲା ।


