ଅନାଥାଶ୍ରମର ଅନ୍ତେବାସୀଙ୍କୁ ଭେଟିଲେ ବ୍ରହ୍ମପୁର ସାଂସଦଙ୍କ ଝିଅ ନୂରୀ ସାହୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ନବଜୀବନ ଅନାଥାଶ୍ରମର ଅନ୍ତେବାସୀଙ୍କୁ ଭେଟିଲେ ବ୍ରହ୍ମପୁର ସାଂସଦଙ୍କ ଝିଅ ନୂରୀ ସାହୁ ।ଗରୀବ ଅସହାୟଙ୍କ ପ୍ରତି ସବୁ ବେଳେ ସମବେଦନା ଦେଖାଇ ଆସୁଥିବା ନୂରୀ ପବିତ୍ର ଧନତେରସ ଏବଂ ଦୀପାବଳୀ ଉତ୍ସବରେ ଅନାଥ ମାନଙ୍କ ଗହଣରେ କିଛି ସମୟ ବିତାଇବା ପାଇଁ ପହଞ୍ଚିଥିଲେ ଅନାଥାଶ୍ରମରେ । ଛୋଟ ଛୋଟ ଛୁଆମାନଙ୍କ କିଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ଯଥା ଚପଲ, ବସ୍ତ୍ର, ଇତ୍ୟାଦି ପ୍ରଦାନ କରିଛନ୍ତି । ଅନାଥାଶ୍ରମରେ ୮୦‌ରୁ ଉର୍ଦ୍ଧ୍ବ ଅନାଥ ଶିଶୁ ରହୁଥିବା ବେଳେ ବିଶେଷ ପର୍ବପର୍ବାଣୀ ସମୟରେ ସେମାନଙ୍କ ମୁହଁରେ ହସ ଫୁଟାଇ ନିଜେ ଖୁସି ଅନୁଭବ କରିଛନ୍ତି। ସୁଦୂର ଭୁବନେଶ୍ୱରରୁ ଆସି ନିଜ ହାତରେ ଅନ୍ତେବାସୀଙ୍କୁ ଉପହାର ପ୍ରଦାନ କରିଛନ୍ତି । ତେବେ ବାଲ୍ୟକାଳରୁ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ତିନି ଝିଅ ବିଶେଷ ଦିନ ଗୁଡ଼ିକରେ ଅନାଥାଶ୍ରମ ଅବା ଗରୀବ ଅସହାୟଙ୍କ ନିକଟରେ ପହଞ୍ଚି, ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସହ କିଛି କ୍ଷଣ ସେମାନଙ୍କ ସହ ଅତିବାହିତ କରି ଆସୁଛନ୍ତି । ଆଜି ତାଙ୍କର ଅନ୍ୟ ଦୁଇ ଭଉଣୀ ସିର ଓ ମେରୀ ବାହାରେ ଥିବା ବେଳେ ପିତାଙ୍କ ପରାମର୍ଶକ୍ରମେ ବଡ ଭଉଣୀ ନୂରୀ ଏଠାରେ ପହଞ୍ଚି କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି । ଏହିଭଳି ‌ଗରୀବ ଅସହାୟଙ୍କ ନିକଟରେ ପହଞ୍ଚି ବେଶ ଖୁସି ଅନୁଭବ କରିଥିବା କହିଛନ୍ତି ନୂରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ