‘ସୁମହନ ମ୍ୟୁଜିକ’ ପକ୍ଷରୁ ‘କେଏଲଏମ’ ପ୍ରତିଯୋଗିତାର ସେମିଫାଇନାଲ

ବାଲେଶ୍ୱର, (ସରୋଜ ପଣ୍ଡା):‘ସୁମହନ ମ୍ୟୁଜିକ୍‌’ ପକ୍ଷରୁ ବାଲେଶ୍ୱର ସହରର ସ୍ଥାନୀୟ ଉଦ୍ୟୋଗ ଭବନରେ ୧୧ ତମ କେଏଲଏମ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଭାରତୀୟ ସଂଗୀତ ଜଗତର ତିନି ଉଜ୍ଜ୍ୱଳ ତାରକା ଦିବଂଗତ କିଶୋର କୁମାର, ଲତା ମଙ୍ଗେସକର ଓ ମହମ୍ମଦ ରଫିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲାରୁ ବହୁ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ ସହ ସଂଗୀତ ପରିବେଷଣ କରିଥିଲେ । ପ୍ରତିଯୋଗିତା ଶେଷରେ ସେମିଫାଇନାଲ ରାଉଣ୍ଡରୁ ଫାଇନାଲ ରାଉଣ୍ଡକୁ ୨୪ ଜଣ ଉନ୍ନୀତ ହୋଇଥିଲେ । ସୁମହନ ମ୍ୟୁଜିକ ମୁଖ୍ୟ ସୁଜିତ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା, କବି ପ୍ରଶାନ୍ତ ଦାସ, ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ଯୁବନେତା ବିକ୍ରମ ପଣ୍ଡା, ପ୍ରତୀମା ପଣ୍ଡା, ସୁବ୍ରତ କର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିତିବା ଓ ହାରିବାକୁ ଗୁରୁତ୍ୱ ନ ଦେଇ ଆଗକୁ ବଢ଼ିବା ପାଇଁ ଅତିଥିମାନେ ପରାମର୍ଶ ଦେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସଂଗୀତ ଶିକ୍ଷକ ନରୋତ୍ତମ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସଂଗୀତ ଶିକ୍ଷକ ମମତା ହାଜିରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁମହନ ମ୍ୟୁଜିକ ପକ୍ଷରୁ ଦୀର୍ଘ ୪ ମାସ ଧରି ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଅଡ଼ିସନ୍ ଚାଲିବା ପରେ ବାଲେଶ୍ୱରରେ ସେମିଫାଇନାଲ ରାଉଣ୍ଡ ଆୟୋଜିତ ହୋଇଥିଲା । ଅଡିସନ ରାଉଣ୍ଡରେ ଉତ୍ତର ଓଡିଶାର ସମସ୍ତ ଜିଲ୍ଲାରୁ ସବ୍ ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ସର୍ବମୋଟ ୩୯ ଜଣ ପ୍ରତିଯୋଗୀ ଉନ୍ନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଫାଇନାଲ ରାଉଣ୍ଡ ପାଇଁ ସମୁଦାୟ ୨୪ ଜଣ ପ୍ରତିଯୋଗୀ ମନୋନୀତ ହୋଇଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ