ବଡମାଧପୁରରେ ଶ୍ୟାମାକାଳୀ ପୂଜା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମା ଶ୍ୟମାକାଳିଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ବଡମାଧପୁରରେ ଗତ ସୋମବାର ଠାରୁ ଆରମ୍ଭ ହୋଇ ଥିବା ଉତ୍ସବରେ ଅଙ୍କୁରାରୋପଣ, ଅଧିବାସ, କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜନ, ଚଣ୍ଡିପାଠ, ଚଣ୍ଡୀ ଆହୁତି, ମହାପୂଜା ଆଦି ବହିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତି ସଂଧ୍ୟାରେ ଆଳତୀ ସହ ଭଜନ ସମାରୋହ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଶ୍ୟାମାକାଳୀଙ୍କ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ବଡମାଧପୁର ଗ୍ରାମରେ ଦୀର୍ଘ ୧୦ ବର୍ଷ ଧରି ମା ଶ୍ୟାମାକାଳୀ ଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଅଛି। ବୁଧବାର ଅନୁଷ୍ଠିତ ସନ୍ଧ୍ୟା ଆଳତୀ ଓ ଭଜନ ସମାରୋହ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ ଓ ମୁନା ଦାସ, ବଡମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ପୂର୍ବତନ ସରପଂଚ ଅଶୋକ ପାଣିଗ୍ରାହୀ, ଯୁବ ନେତା ବାପି ଦାସ, ଅଲିଅଳ ସେନାପତି, ବରିଷ୍ଠ ବିଜେଡି ନେତା ମହେଶ୍ୱର ପ୍ରଧାନ, ଶିବ ଶଙ୍କର ସେଠୀଙ୍କ ସମେତ ବହୁ ବରେନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ମାଙ୍କ ଆଶିର୍ବାଦ ଲାଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ୟାମାକାଳୀ ପୂଜା କମିଟି କମିଟି ସୂଚନା ଦେଇଛନ୍ତି। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଶ୍ୟାମାକାଳୀ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ ପରିଚାଳନା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ