ଧର୍ମପରାୟଣା ମହିଳା ଚଞ୍ଚଳା ଜେନାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଟୁକୁଣା ଗ୍ରାମର କୃଷ୍ଣଚନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ଚଞ୍ଚଳା ଜେନାଙ୍କ ୭୪ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ବନ୍ଧୁବତ୍ସଳା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ସ୍ୱାମୀ କୃଷ୍ଣଚନ୍ଦ୍ର, ପୁଅ ସଚିନ୍ଦ୍ର, ହେମନ୍ତ, ସୁରେନ୍ଦ୍ର, ଦେବେନ୍ଦ୍ର, ରବିନ୍ଦ୍ର, ମହେନ୍ଦ୍ର, ପଦ୍ମନାଭ, ସଂଗ୍ରାମ, ଝିଅ ସୁକୁମାରୀ, ପ୍ରେମଲତା, ନିରୁ, ସିନ, କନକ, ଚମ୍ପି, କୁନି ଜ୍ୱାଇଁ ଗଣେଶ, ଗଗନ, କୈଳାଶ, ନାରାୟଣ, ପ୍ରମୋଦ, କୁନି, ମନୋରଜନ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ସୁବ୍ରତ ମହାପାତ୍ର, ମନୋରଞ୍ଜନ ଧଳ, ଭଗବାନ ନାୟକ, ଶିଶିର କୁମାର ବିଶ୍ୱାଳ, ପର୍ଶୁରାମ ନାୟକ, ଜିତେନ କୁମାର ଧଳ, ବେଣୁଧର ବେହେରା, ସୁଧାକର ସା, ଜଗନ୍ନାଥ ଶଙ୍ଖୁଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ସଚିନ୍ଦ୍ର ଜେନା ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ