ମାତୃଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ର ବାର୍ଷିକ ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୂର୍ବାହ୍ନରେ ସ୍ଥାନୀୟ ଶ୍ରୀରାମ କଲ୍ୟାଣ ମଣ୍ଡପ ଠାରେ ମାତୃଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାର୍ଷିକୋତ୍ସବ ପାଳନ କରାଯାଇଛି।ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ସଂଗଠନର ମୁଖ୍ୟ ଉପଦେଷ୍ଟା ଦିନେଶ କୁମାର ତ୍ରିପାଠୀ ଓ ଜୋସ୍ନାରାଣୀ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ପାର୍ବତୀ ସେଠୀ, ଭାନୁ କୁମାର ସେଠୀ,ପ୍ରକାଶ ଚନ୍ଦ୍ର ଖଟୋଇ ଓ ଅକ୍ଷୟ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଅତିଥିମାନେ ଗଣତନ୍ତ୍ର ରାଷ୍ଟ୍ରରେ ମହିଳା ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ସଂଗଠନର ସଭାନେତ୍ରି ଜୋସ୍ନାମୟୀ ସ୍ବାଇଁ,ସମ୍ପାଦିକା ଜୟଶ୍ରୀ ପାତ୍ର,ଉପସଭାନେତ୍ରି ମିନାରାଣୀ ମହାନ୍ତି,ସହ ସମ୍ପାଦିକା ବେବିନା ବାରିକ ଓ କୋଷାଧ୍ୟକ୍ଷ ମଧୁସ୍ମିତା ମହାନ୍ତିଙ୍କ ସମେତ ସମସ୍ତ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ।


