ଓଡ଼ିଶା ତାଲିମପ୍ରାପ୍ତ ଚକ୍ଷୁ ସହାୟକ ସଂଘର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ଦୈନିକ ହାଟ ପାଖରେ ଥିବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅଲ ଓଡ଼ିଶା ତାଲିମପ୍ରାପ୍ତ ଚକ୍ଷୁ ସହାୟକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପାସଆଉଟ ହୋଇ ପଞ୍ଜିକୃତ ନମ୍ବର ପାଇଥିବା ଚକ୍ଷୁ ସହାୟକମାନେ ଏକାଠି ହୋଇ ସେମାନଙ୍କ ସ୍ଥାୟୀ ନିଯୁକ୍ତି, ଖାଲିଥିବା ପଦବୀରେ ନିଯୁକ୍ତି ପାଇଁ ସରକାରଙ୍କୁ ଜଣାଇବା ପାଇଁ ଆଲୋଚନା କରିଥିଲେ । ଆମେ ସବୁ ତାଲିମପ୍ରାପ୍ତ ଫାର୍ମିଂ ଆସିଷ୍ଟାଣ୍ଡ, ଡିଏମ୍‌ଇଟି ଅଧୀନରେ ତାଲିମ ନେଇ ବିଭିନ୍ନ ମେଡ଼ିକାଲ କଜେଲରୁ ପାସଆଉଟ ହୋଇସାରିଛୁ । ହେଲେ ଦୁଃଖ ଓ ପରିତାପର ବିଷୟ ସରକାର ଆମକୁ କୌଣସି ଜାଗାରେ ନିଯୁକ୍ତି ଦେଉନାହାଁନ୍ତି କି ଚକ୍ଷୁ ପାଇଁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାରେ କାମ ଦେଉନାହାଁନ୍ତି । ଏପରିକି ସବୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲ ମାନଙ୍କରେ ଖାଲିଥିବା ପଦରେ ନିଯୁକ୍ତି ଦେଉନାହାଁନ୍ତି ବୋଲି କହିଛନ୍ତି ସଂଘର ଆବାହିକା ସିଲା ପଟେଲ । ଆମେ ସରକାରଙ୍କୁ ଏହି ପ୍ରସଙ୍ଗରେ ପୁନର୍ବାର ଜଣାଇବୁ ଏବଂ ସରକାର ଯଦି ଆମ ଦାବି ଉପରେ ସୁବିଚାର ନ କରନ୍ତି, ତେବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଆବାହିକା ସିଲା ପଟେଲ ଚେତାବନୀ ଦେଇଛନ୍ତି ।ସେହିପରି ଆମେ ସବୁ ଚକ୍ଷୁ ଆସିଷ୍ଟାଣ୍ଡମାନେ ଦୁଇବର୍ଷ ତାଲିମ ନେଇ ଘରେ ବସିଛୁ, ସରକାରଙ୍କ ପାଖରେ ନିଯୁକ୍ତି ପାଇଁ ଦାବି ଜଣାଇଛୁ । ହେଲେ ସରକାର କିଛି ନଜାଣିଲା ଭଳି ଚୁପ୍ ହୋଇ ବସିଛନ୍ତି । ଆମର ୨୦୦ ପିଲା ପାସ୍‌ଆଉଟ ହୋଇଛନ୍ତି ଏବଂ ସରକାରଙ୍କ ପାଖରେ ୪୦୦ ପଦବୀ ଖାଲି ପଡ଼ିଛି । ବିଭିନ୍ନ ପିଏଚ୍‌ସି, ସିଏଚ୍‌ସି ଓ ମେଡ଼ିକାଲ ମାନଙ୍କରେ ଚକ୍ଷୁ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଆମକୁ ନିଯୁକ୍ତି ଦିଅନ୍ତୁ ବୋଲି ସଂଘର ସଭାପତି ସୁବ୍ରତ ବେହେରା କହିଛନ୍ତି । ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ପୁନର୍ବାର ଆମ୍ଭର ଦାବି ଜଣାଇବୁ ଓ ସ୍ଥାୟୀ ନିଯୁକ୍ତି ପାଇଁ ଅନୁରୋଧ କରିବୁ । ସରକାର ଯଦି ଆମର ଦାବି ପ୍ରତି କର୍ଣ୍ଣପାତ ନ କରନ୍ତି, ତେବେ ଆଗାମୀ ଦିନରେ ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ସଭାପତି ସୁବ୍ରତ ବେହେରା ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ