ଦିଗପହଣ୍ଡିରେ ଯୁବତୀଙ୍କ ଆତ୍ମହତ୍ୟା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଅଞ୍ଚଳ କଲୋନୀ କୋର୍ଟ ସାହିରେ ଗୁରୁବାର  ଅପରାହ୍ନ ରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି।ଯୁବତୀ ଜଣକ ହେଲେ ରାଜେଶ୍ୱରୀ ଗୌଡ଼ (୧୮)। ସୂଚନା ପ୍ରକାରେ ବାପା ଓ ମାଆ ଏକ ଶୁଦ୍ଧି କ୍ରିୟା କାର୍ଯ୍ୟ ପାଇଁ ପୈତୃକ ଗ୍ରାମ ପଙ୍କଳ ବାଡ଼ି ଗାଁ କୁ ଯାଇଥିବା ବେଳେ ଯୁବତୀ ଜଣକ ଘରେ ଏକୁଟିଆ ଥିଲେ।  ତାଙ୍କ ଛୋଟ ଭାଇ ବିଦ୍ୟାଳୟ ଯାଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ଯୁବତୀଙ୍କ ଭାଇ ବିଦ୍ୟାଳୟ ରୁ ଫେରି ଦେଖିଲା ବେଳେ  ଭଉଣି ଘରେ ଲାଗିଥିବା ପଙ୍ଖାରେ ଚୁନି ସାହାଯ୍ୟରେ ଝୁଲି ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ଅପମୃତ ମାମଲା ନଂ.୧୩/୨୨ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଯାଇଥିବା ବେଳେ ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ