ସଦର ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଜନତା ଦଳ ସଦର ଶାଖା ପକ୍ଷରୁ ସହର ଉପକଣ୍ଠ ସିନ୍ଧିଆ ପଞ୍ଚାୟତ ଠାରେ ଜନ ସମ୍ପର୍କ ପଦଯାତ୍ରା ଓ ବିଶାଳ ଜନ ସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି ।୨୫ନଂ ଜିଲା ପରିଷଦ ଜୋନ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ପଦଯାତ୍ରା ବାହାରି ମୁରଡା ସିନ୍ଧିଆ ପଡିଆ ଠାରେ ପହଞ୍ଚିଥିଲା । ପ୍ରତି ପଞ୍ଚାୟତରୁ ଶତାଧିକ ଦଳୀୟ କର୍ମୀଙ୍କ ସମେତ ବହୁ ବିଜେଡି ସମର୍ଥକ ଓ ସାଧାରଣ ଲୋକେ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ । ପରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଜନସାଧାରଣଙ୍କ ସହ ସମ୍ପର୍କ ଯୋଡ଼ିବା ସାଙ୍ଗକୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ । ତେବେ ନଭେମ୍ବର ୨ତାରିଖରେ ଏହି ଜନସମ୍ପର୍କ ପଦଯାତ୍ରା ଶେଷ ହେବାର ଥିଲେ ବି ମୁଖ୍ୟମନ୍ତ୍ରୀ ଏହାକୁ ଆହୁରି ୧୫ଦିନ ପାଇଁ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ । ତେବେ ଏହି ପଦଯାତ୍ରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁ ହୋଇପାରିଛି ବୋଲି ସେ କହିଥିଲେ । ବିଜେଡି ସଦର ବ୍ଲକ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବାଲେଶ୍ୱର ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ଜିଲା ପରିଷଦ ସଦସ୍ୟ ଗିରୀଶ ଦତ୍ତ, ସଞ୍ଜୟ ସେଠୀ ଓ ସୋନାଲି ବିଶ୍ୱାଳ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ବିଜେଡି ଟାଉନ ମହିଳା ସଭାପତି ତଥା କାଉନସିଲର ମୀନା ମହାନ୍ତି, କାଉନସିଲର କାର୍ତିକ ସାହୁ ଓ ସନ୍ଧ୍ୟାରାଣୀ ଜେନା, ବରିଷ୍ଠ ନେତା ରଂଜନ ବାଗ, ଯଯାତି ଦାସ, ଜ୍ୟୋତିରାଣୀ ମାଝୀ, ଦିଲ୍ଲୀପ ମହାନ୍ତି, ସଞ୍ଜୟ ବେହେରା ପ୍ରମୁଖଙ୍କ ସମେତ ୨୫ନଂ ଜୋନର ସମସ୍ତ ପଂଚାୟତର ବିଜେଡି ସମର୍ôଥତ ସରପଂଚ ଓ ସମିତି ସଭ୍ୟ ଏଥିିରେ ଯୋଗଦେଇ ଜନସମ୍ପର୍କ ପଦଯାତ୍ରାର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜୋନାଲ ଯୁବ ସାଧାରଣ ସମ୍ପାଦକ ଧୀରେନ ନାୟକ, ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡି ପ୍ରମୁଖ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ