ବିନୋଦିନୀ କ୍ୟାନସର ହସ୍ପିଟାଲର ଭୂମି ପୂଜା
ପାରଳାଖେମୁଣ୍ଡି , (ତାରିଣୀ ପ୍ରସଦ ପଣ୍ଡା) : ହାଇଟେକ ମେଡିକାଲ କଲେଜ ଗ୍ରୁପ ଦ୍ଵାରା ବିନୋଦିନନୀ କେନସର ହସ୍ପିଟାଲର ଭୂମି ପୂଜା ରାଉରକେଲା ହାଇଟେକ ମେଡିକାଲ କଲେଜ ପରିସରରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଏହିଭୂମି ପୂଜା ଅନୁଷ୍ଠିତ ହୋଇଛି । ଜନସାଧାରଣଙ୍କ ସେବା ପାଇଁ ଏହି କେନସର ହସ୍ପିଟାଲ ନିର୍ମାଣ କରାଯାଇଥିବା ହାଇଟେକ ଗ୍ରୁପ ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି । ସ୍ବର୍ଗତ ମୋ ମାତା ବିନୋଦିନୀ ଦେବୀ ଜଣେ ପର ଉପକାରୀ ଏବଂ ସମାଜ ର ସେବା ପାଇଁ ସର୍ବଦା ଆମ ପରିବାର ବର୍ଗ ଙ୍କୁ ଉପଦେଶ ଦେଇ ଆସୁଥିଲେ । ତେଣୁ ତାଙ୍କରି ନାମ ରେ ଏହି କେନସର ହସ୍ପିଟାଲ ନିର୍ମାଣ କରି ଲୋକ ଙ୍କ ସେବା ପାଈଁ ଏହାକୁ ଉଛର୍ଗ କରାଯିବ । ଏହି ଭୂମି ପୂଜାରେ ତିରୁପତି ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ହାଇଟେକ ଗୃପ ର ସୁରେଶ ପାଣିଗ୍ରାହୀ ଇଂଜିନିଆର ରୂପେଶ ପାଣିଗ୍ରାହୀ , ରକେଶ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।


