ବଣୁଆ ଜୀବ ଙ୍କ ଲୋଲୁପ ଦୃଷ୍ଟି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଗତ କିଛି ଦିନ ହେଲା ବଣୁଆ ଜୀବ ଙ୍କ ଲୋଲୁପ ଦୃଷ୍ଟି କାଶୀନଗର ବ୍ଲକ ର କିଣିଗାଁ ଉପରେ ପଡ଼ିଛି, ଏଣୁ ଲୋକେ ଭୟଭୀତ ହୋଇ ପଡିଛନ୍ତି |ଗତ ଦୁଇ ଦିନ ତଳେ ଅଜଣା ଜନ୍ତୁ ଙ୍କ ଶିକାର ହୋଇ ପାଖା ପାଝି ୧୦୦ ଛେଳି ଆହତ ଓ ମୃତ ହୋଇଥିବା ବେଳେ ଗତ କାଲି ରାତ୍ରରେ ୨ ଟି ବଣୁଆ ହାତୀ ଖାଦ୍ୟ ଅନ୍ୱେଷଣ ରେ କିଣିଗାଁ ଓ ଭେଙ୍କାଟାପୁର ଗ୍ରାମ ରେ ଆତଙ୍କ ଚଳାଇଛନ୍ତି | ଏହି ଖବର ପାଇବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ଉକ୍ତ ଗ୍ରାମ ଗୁଡିକ ରେ ପହଂଚି କ୍ଷତିଗ୍ରସ୍ତ ଚାଷୀ ଙ୍କ ସହ ଆଲୋଚନା କରିଛନ୍ତି, ଜିଲ୍ଲା ପ୍ରଶାସନ ଓ ବନ ବିଭାଗ କୁ ଏନେଇ ଅବଗତ କରିଛନ୍ତି | କିନ୍ତୁ ଲୋକେ ଅଭିଯୋଗ କରିଛନ୍ତି କୁ ବନ ବିଭାଗ ର କୌଣସି କର୍ମଚାରୀ ଆସିନାହାହାନ୍ତି | କିନ୍ତୁ ରେଞ୍ଜେର ସୁଧୀର ବେହେରା କହିଛନ୍ତି ଜେ ଗାଇବା, ଓ କାଶୀନଗର ବନ ବିଭାଗ ର କର୍ମଚାରୀ ହାତୀ ଘଉଡ଼ାଇବା କାମ ରେ ଅଛନ୍ତି ବୋଲି | ସେ ଯାହା ହେଉ ନା କାହିଁକି ଲୋକେ କିନ୍ତୁ ଭୟଭୀତ ହୋଇ ପଡିଛନ୍ତି | ବର୍ତମାନ ସରୁ ଧାନ ପାଚି ଅମଳ ହେବା ସମୟ ରେ ଏ ଭଳି ବଣୁଆ ହାତୀ ଙ୍କ ଉପଦ୍ରଵ ଲୋକ ଙ୍କ ମାନ ରେ ଭୟ ସୃଷ୍ଟି କରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ