ଦାରିଙ୍ଗବାଡି ରେ ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାଠାରୁ ମାତ୍ର ୨ଶହ ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟଏବଂ ବ୍ଲକ କାର୍ଯ୍ୟାଳୟ ନିକଟରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ କୋଟଗଡ଼ ଥାନା ଅଞ୍ଚଳର ଏଲିଅ ସୁନାମାଝି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଆଇଆଇସି କୌଶିକ ମାଝି କହିଛନ୍ତି। ଗୁରୁତର ସନାଙ୍କୁ ପୋଲିସ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଗୁଳି ଫୁଟି ତାଙ୍କ ହାତ ପାପୁଲିରେ ଆଘାତ ଲାଗିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଏଲିଅ ଏକ ଗୁଳି ଭର୍ତ୍ତି ବନ୍ଧୁକ ନେଇ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସିଥିଲେ। ବନ୍ଧୁକଟିକୁ ଏକ ବସ୍ତା ଭିତରେ ଲୁଚାଇ ସେ କେଉଁଆଡ଼େ ନେଉଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ତାଙ୍କ ସମ୍ପୂର୍ଣ୍ଣ ପରିଚୟ ଏବଂ ସେ କାହିଁକି ବନ୍ଧୁକ ଧରି କୋଟଗଡ଼ ଅଞ୍ଚଳରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସିଥିଲେ ଏ ସମସ୍ତ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ପୋଲିସ ନିଜ ପଟୁ ଏକ ମାମଲା ରୁଜୁ କରି ଅତି ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ