କୋଦଳା ସବଜେଲରେ ତାଲୁକା ଆଇନ୍ ପ୍ରାଧିକରଣ ଶିବିର ଅନୁଷ୍ଠିତ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ସବଜେଲରେ ଅତିରିକ୍ତ ଜିଲ୍ଲା ଦୋୖରାଜଜ ଚିନ୍ମୟ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯେ.ଏମ.ଏଫ.ସି ଶ୍ରୀମତୀ ବିମଳ ଲକ୍ଷ୍ମୀ ଚୌଧୁରୀ,ଜେଲ ସୁପରିଟେଣ୍ଡ ତାରିଣୀସେନ ଦେହୁରୀ,ବରିଷ୍ଠ ଆଇନଜୀବି ଶ୍ରୀ ସୁବାଷ ଚନ୍ଦ୍ର ସାହୁ,ସୋମନାଥ ବେହେରା ଙ୍କ ସମେତ ଅନ୍ୟ କୋର୍ଟର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏଥିରେ କଏଦୀ ମାନଙ୍କ ସହ ଏହି ଆଇନ୍ ଉପରେ ଆଲୋଚନା କରିଥିଲେ।ଜନତାଙ୍କୁ ଆଇନ୍ ସେବା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏକ ସ୍ଵତନ୍ତ ଆଇନ୍ ସେବା ବ୍ୟବସ୍ଥା ଆମ କେନ୍ଦ୍ର ସରକାରଙ୍କ ଦ୍ଵାରା ୧୯୮୭ ମସିହାରେ ଆଇନ୍ ସେବା ପ୍ରାଧିକରଣ ଅଧିନିୟମ ନାମରେ ଏକ ଆଇନ୍ ପ୍ରଣୟଣ କରାଯାଇଛି ଯାହା ୧୯୯୫ ମସିହାରୁ କାର୍ଯକ୍ଷମ ହୋଇ ବଳବତ୍ତର ରହିଛି।ବିଶେଷକରି ଆମ ଅଞ୍ଚଳରେ ଘଟୁଥିବା ଘଟଣା ଯାହା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ଓ ଅଣ ସଂଘଠିତ ଶ୍ରମିକ ମାନଙ୍କର ନ୍ୟାୟ ସଂଗତ ଦାବିକୁ ସାବ୍ୟସ୍ତ କରିବା ପାଇଁ କଣ ସବୁ ଆଇନ ସମ୍ପର୍କିତ ସରକାରୀ ସହାୟତା ଉପଲବ୍ଧ ଅଛି ସେ ସମ୍ପକରେ ଅବଗତ କରାଇଥିଲେ।


