ପ୍ରଚାର ଓ ବିସ୍ତାର ପାଇଁ ଗଡ଼ିଲା ମାଣ୍ଡିଆ ଦିବସ ରଥ

ପୋଲସରା, (ଅନିଲ କୁମାର ମହାରଣା):ଆସନ୍ତା ନଭେମ୍ବର ୧୦ ତାରିଖ ଦିନ ପାଳନ ହେବ ମାଣ୍ଡିଆ ଦିବସ। ସେଥିପାଇଁ ମାଣ୍ଡିଆ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବୋଲି ପ୍ରଚାର କରିବା ଓ ମାଣ୍ଡିଆ ଚାଷର ବିସ୍ତାର ପାଇଁ ଜନସଚେତନ କରିବା ଉଦ୍ଦେଶ୍ୟରେ ମାଣ୍ଡିଆ ଦିବସ ରଥ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ ବୋଲି ଜଣାପଡିଛି। ଏହି ଉପଲକ୍ଷେ ପୋଲସରା ବ୍ଲକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କାର୍ଯ୍ୟାଳୟ ପରିସରରୁ ନଭେମ୍ବର ୭ ତାରିଖ ଦିନ ମାଣ୍ଡିଆ ଦିବସ ରଥ ପରିକ୍ରମା ଆରମ୍ଭ ହୋଇଥିଲା। ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମାଣ୍ଡିଆ ଦିବସ ରଥ ପରିକ୍ରମା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ, ବୁଗୁଡା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମ୍ମୁ ଓ ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆ ର ଡ଼ାଇରେକ୍ଟର ଡକ୍ଟର କୁମୁଦ ଚନ୍ଦ୍ର ବେହେରା ସବୁଜ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଏବିଡ଼ିଓ ଧର୍ମରାଜ ପରିଡା, ଜିଲ୍ଲା ପରିଷଦ ମଦମ୍ବର ଅଶୋକ କୁମାର ବିଷୋୟୀ, ଝୁନୁ ଦାସ ଓ ବିକ୍ରମ କୁମାର ନାୟକ, ପୋଲସରା ବ୍ଲକ କୃଷି ବୈଷୟିକ ଅଧିକାରୀ ଆଶିଷ ରଞ୍ଜନ ଲେଙ୍କା ଇଣ୍ଡିଆ ର ପ୍ରକଳ୍ପ ଅଧିକାରୀ ପ୍ରଣବ ଭୋଇ, ଇତିଶ୍ରୀ ବେହେରା ଗୋଷ୍ଟୀ ସଂଗଠକ ସଞ୍ଜୟ ପ୍ରଧାନ, ସନ୍ତୋଷ ନାୟକ, ବବିତା ସାହୁ, ରଶ୍ମିତା ବେହେରା, ମହିଳା ଚାଷୀ ଓ କୃଷି ଉଦ୍ୟୋଗୀ ଚନ୍ଦ୍ରମା ସାହୁ ଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ। ମାଣ୍ଡିଆ ଦିବସ ରଥ ପୋଲସରା ବ୍ଲକର ୧୯ ଗୋଟି ପଂଚାୟତର ୬୯ ଟି ଗ୍ରାମ ପରିକ୍ରମା କରି ୧୦ ତାରିଖ ମାଣ୍ଡିଆ ଦିବସ ଦିନ ବ୍ରହ୍ମପୁରର ଜ଼ିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବ। ସେଠାରେ ଅନୁଷ୍ଠିତ ଏକ ଦିବସୀୟ ମାଣ୍ଡିଆ ଖାଦ୍ୟ ମେଳାରେ ଯୋଗଦାନ କରି ପରିକ୍ରମା କାର୍ଯ୍ୟକ୍ରମ ସମାପ୍ତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ