ଚନ୍ଦ୍ରଭଗା ତୀର୍ଥ ପୁଷ୍କରିଣୀ ରେ ଡଙ୍ଗା ଭସାଇଲେ ଶହ ଶହ ଶ୍ରଦ୍ଧାଳୁ
ନିମାପଡ଼ା, (ସନ୍ତୋଷ ଦାଶ):ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଓ ସାଂସ୍କୃତିକ ପରମ୍ପରା କୁ ମନେରଖିବା ଉଦ୍ଦେଶ୍ୟରେ ଚନ୍ଦ୍ରଭାଗା ବୋଇତ ବନ୍ଦାଣ ଉତ୍ସବ କମିଟି ଦ୍ବାରା ଆରମ୍ଭ ହୋଇଥିଲା ବୋଇତ ବନ୍ଦାଣ ଉତ୍ସବ। ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବେଳାଭୂମିରେ ଏକ ସୁଶୋଭିତ ମଞ୍ଚରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଂକୀର୍ତ୍ତନ ଓ ଦେଶାତ୍ମବୋଧକ ଗୀତ ପରିବେଷଣ, ଓଡିଶୀ, ସମ୍ବଲପୁରୀ ନୃତ୍ୟ, ଓ ପ୍ରଶାନ୍ତ ନାୟକ ଓ ସାଥି ରାୟଗଡା ଗ୍ରୁପ ଦ୍ବାରା ଭଜନ ପରିବେଷଣ ହୋଇଥିଲା।ମଙ୍ଗଳବାର ପବିତ୍ର କାର୍ତିକମାସ ଶୁକ୍ଳପକ୍ଷ ର କାର୍ତ୍ତିକ ପୂର୍ଣ୍ଣମୀ କୁ ନେଇ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ରେ ଚଳିତବର୍ଷ ଚନ୍ଦ୍ରଗ୍ରହଣ କୁ ନେଇ ବିଲମ୍ବିତ ରାତ୍ରି ରେ ଶ୍ରଦ୍ଧାଳୁ ମାନେ ଚଳଚଂଚଳ ହୋଇପଡ଼ିଥିଲେ । ଚନ୍ଦ୍ର ଗ୍ରହଣ ପାଇଁ ଶହ ଶହ ଶ୍ରଦ୍ଧାଳୁ, ଯାତ୍ରୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ସମୁଦ୍ର ରେ ରାତ୍ର ୩ ଘଟିକା ରୁ ରାତି ୪ ଟା ମଧ୍ୟରେ ସ୍ନାନ ସାରି ପ୍ରଥମ ଥର ପାଇଁ ସୂର୍ଯ୍ୟଦର୍ଶନ ନକରି ବୁଡ଼ ପକାଇ ପାରମ୍ପରିକ ପରମ୍ପରା କୁ ମନେପକାଇ ଭସାଇଥିଲେ ଡଙ୍ଗା । “ଆ କା ମା ଵୈ.ପାନ ଗୁଆ ଥୋଇ,ପାନ ଗୁଆ ତୋର, ମାସକ ଧରମ ମୋର” କହି କଦଳୀ ପାଟୁଙ୍ଗା ରେ ସୁନ୍ଦର ଭାବେ ଦୀପ ଧୂପ ସଜାଇ ଫୁଲ ଦେଇ ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରି ପବିତ୍ର ତୀର୍ଥ ଜଳରେ ଭସାଉଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା କୁ ନଜରରେ ରେ ରଖି ଲାଇଫ ଗାର୍ଡ ନିଯୁକ୍ତି କରିଥିଲା ବେଳେ ଚନ୍ଦ୍ରଭଗା ମେରାଇନ ଥାନାଧିକାରୀ ରବୀନ୍ଦ୍ରନାଥ ସେଠି ନିଜେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିଥିଲେ । ଶ୍ରଦ୍ଧାଳୁ ମାନେ ଡ଼ଙ୍ଗା ଭସାଇ ଅତି ଆନନ୍ଦରେ ଘରକୁ ଫେରୁଥିବା ଦେଖାଯାଇଥିଲା ।ଅନରୁପଭାବେ ଚଦ୍ରଭଗା ବଜାର କମିଟି ପକ୍ଷରୁ ପ୍ରତିବର୍ଷ କରାଯାଉଥିବା ବୋଇତ ବନ୍ଦାଣ ଉତ୍ସବ ଚଳିତ ବର୍ଷ ମଧ୍ୟ ପୂଜାପାଠ ସହିତ ରୀତିନୀତି ଅନୁଯାଇ କରାଯାଇ ଡଙ୍ଗା ଭସା ଯାଇଥିଲା। ଚନ୍ଦ୍ରଭଗା କାର୍ତ୍ତିକ ପୂର୍ଣ୍ଣମୀ କମିଟି ର ସଭାପତି ଅଜୟ କୁମାର ବେହେରା, ବରିଷ୍ଠ ଉପଦେଷ୍ଟା ଆଇନିଜୀବୀ ସୁରେଶ ଚନ୍ଦ୍ର ସ୍ୱାଇଁ,ସମ୍ପାଦକ ମାନସ ସ୍ୱାଇଁଙ୍କ ସମେତ ସମସ୍ତ ସଦସ୍ୟ ସହିତ ଚନ୍ଦ୍ରଭାଗା ଗଣେଶ କମିଟି ଓ ,ଚନ୍ଦ୍ରଭଗା ଫଟୋଗ୍ରାଫର ଆସୋସିଏସନ ର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ


