ପୃଥକ ଘଟଣାରେ ପାଣିରେ ବୁଡି ଦୁଇ ମୃତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଜଲମରା ଗ୍ରାମ ଘୋଡାହାଡ ନଦୀରେ ବୁଡି ମଙ୍ଗଳବାର ଜଣେ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି।ମୃତା ମହିଳାଙ୍କ ନାମ ସଞ୍ଜୁ ଡାକୁଆ (୫୦) ଏବଂ ଘର ହିଞ୍ଜିଳି ଥାନା ଅନ୍ତର୍ଗତ କରାଖଣ୍ଡି ଗ୍ରାମରେ।ସେ ତାଙ୍କ ଝିଅ ଘର ଜଲମରା ଗ୍ରାମକୁ ଆସି ସକାଳୁ ଗାଧେଇବା ପାଇଁ ନଦୀକୁ ଯାଇଥିଲେ।ବହୁ ସମୟ ଯାଏଁ ଘରକୁ ନଫେରିବା ଯୋଗୁଁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।ପାଣି ଭିତରୁ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରକୁ ନିଆଯାଇଥିଲା।ଉପସ୍ଥିତ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ସିଙ୍ଗିପୁର ପଞ୍ଚାୟତର ତେଲିଆପଲି ଗ୍ରାମରେ ପୋଖରୀକୁ ଗାଧେଇବାକୁ ଯାଇ ପାଣିରେ ବୁଡି ହରିଶ୍ଚନ୍ଦ୍ର ମଲିକ (୪୮) ନାମକ ଜଣେ ବ୍ଯକ୍ତିଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ପ୍ରକାଶ କରିଥିଲେ।ପରେ ଘଟଣା ସଂକ୍ରାନ୍ତରେ ପାଟପୁର ଥାନାକୁ ସୂଚନା ଦିଆଯାଇଥିଲା।ପାଟପୁର ପୋଲିସ ଦୁଇଟି ଅପମୃତ୍ଯୁ ମାମଲା ରୁଜୁ କରି ଦୁଇ ମୃତଦେହକୁ ଜବତ କରିବା ସହ ବ୍ଯବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ